କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲଙ୍କ ମା’ଙ୍କ ଦେହାନ୍ତ

ଆଜି ସକାଳେ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲଙ୍କ ମା’ଙ୍କ ଦେହାନ୍ତ ହୋଇଛି | ଏ ନେଇ ଟ୍ୱିଟ୍ କରି ଜଣାଇଛନ୍ତି ରେଳମନ୍ତ୍ରୀ ପୀୟୁଷ ଗୋୟଲ। ନିଜ ମା’ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଯାଇ ତାଙ୍କ ଫଟୋ ଟୁଇଟ କରିବା ସହ କେନ୍ଦ୍ର ମନ୍ତ୍ରୀ ଲେଖିଛନ୍ତି ଯେ, “ମୋର ସମ୍ମାନିତ ମା’ , ଯିଏ ମୋତେ ସର୍ବଦା ନିଜ ସ୍ନେହ ଏବଂ ପ୍ରେମ ସହିତ ବାଟ ଦେଖାଉଥିଲେ, ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି। ସେ ନିଜ ଜୀବନକୁ ଅନ୍ୟର ସେବା କରିବାରେ ବିତାଇଥିଲେ ଏବଂ ଆମକୁ ଅନ୍ୟର ସେବା କରିବାକୁ ମଧ୍ୟ ପ୍ରେରଣା ଦେଇଥିଲେ। ଭଗବାନ ତାଙ୍କୁ ନିଜ ଚରଣରେ ସ୍ଥାନ ଦିଅନ୍ତୁ। ଓମ୍ ଶାନ୍ତି”।ତେବେ ପୀୟୁଷ ଗୋୟଲଙ୍କ ଏଭଳି ଟୁଇଟ ପରେ ତାଙ୍କ ସହକର୍ମୀଙ୍କ ସମେତ ଅନେକ ବଡ ବଡ ନେତା ସମବେଦନା ଜଣାଇବା ସହ ଶ୍ରଦ୍ଧାଞ୍ଜଳି ଦେଇଥିବା ଜଣା ପଡିଛି | ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଟୁଇଟ୍ କରି କହିଛନ୍ତି ଯେ, ମୋର ଘନିଷ୍ଠ ବନ୍ଧୁ ପୀୟୁଷ ଗୋୟଲଙ୍କ ମାଙ୍କ ମୃତ୍ୟୁ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ।

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁରେଶ ପ୍ରଭାସ ଟୁଇଟ୍ କରି କହିଛନ୍ତି, ଉତ୍ସର୍ଗୀକୃତ ସାମାଜିକ-ରାଜନୈତିକ ନେତ୍ରୀ, ପୂର୍ବ ବିଧାୟକ, ସ୍ୱର୍ଗତ ବେଦ ପ୍ରକାଶଜୀଙ୍କ ପତ୍ନୀ ଚନ୍ଦ୍ରକାନ୍ତାଜୀଙ୍କ ଆଜି ଦେହାନ୍ତ ହୋଇଛି | ଆମେ ତାଙ୍କୁ ସବୁଦିନ ପାଇଁ ମାନେ ପକାଇବୁ | ସେହିଭଳି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଟ୍ୱିଟ୍ କରି କହିଛନ୍ତି ଯେ, “ସମବେଦନା @ପୀୟୁଷଗୋୟଲ ଭାଇ.. ଚନ୍ଦ୍ରକାନ୍ତାଜୀଙ୍କ ସହ ମୁମ୍ବାଇରେ କାମ କରିବାର ସୌଭାଗ୍ୟ ଲାଭ କରିଥିଲି। ସବୁବେଳେ ଗରିବ ଲୋକଙ୍କୁ ସାହାଯ୍ୟ କରିବାରେ ସେ ଆଗରେ ରହୁଥିଲେ | ତାଙ୍କ ଆତ୍ମାକୁ ଶାନ୍ତି ମିଳୁ |

Spread the love