ଆର୍ଥିକ ଠକଙ୍କର ହେବ ୟୁନିକ୍ ଆଇଡି ; ଆଧାର, ପାନ୍ ସହ ଲିଙ୍କ୍ ହେବ

ନୂଆଦିଲ୍ଲୀ : ସରକାରଙ୍କ ବିଭିନ୍ନ ପଦକ୍ଷେପ ସତ୍ତ୍ବେ ଦେଶରେ ଅର୍ଥନୈତିକ ଅପରାଧୀଙ୍କ ସଂଖ୍ୟା ବଢିଚାଲିଛି । ନୀରବ ମୋଦୀ, ବିଜୟ ମାଲ୍ୟା ପରି କେତେକ ଆର୍ଥିକ ଠକ ଦେଶରୁ ପଳାୟନ କରିବାରେ ବି ସକ୍ଷମ ହୋଇଛନ୍ତି । ଏସବୁକୁ ଦୃଷ୍ଟିରେ ରଖି ମୋଦି ସରକାର ଖୁବଶୀଘ୍ର ଅର୍ଥନୈତିକ ଅପରାଧୀଙ୍କ ପାଇଁ ଏକ ସ୍ୱତନ୍ତ୍ର ଆଇଡି ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛନ୍ତି । ଏହା ଅଧୀନରେ ଅର୍ଥନୈତିକ ଅପରାଧ କରୁଥିବା ବ୍ୟକ୍ତି ବିଶେଷ ଏବଂ କମ୍ପାନୀମାନଙ୍କର ଏକ ସ୍ୱତନ୍ତ୍ର ଆଇଡି ରହିବ । ଏହା ଜରିଆରେ ସରକାର ସେମାନଙ୍କ ଟ୍ରାକିଂକୁ ସହଜ କରିପାରିବେ। ଏହା ଅଧୀନରେ ବ୍ୟକ୍ତିର ଅର୍ଥନୈତିକ ଅପରାଧ ୟୁନିକ୍ ଆଇଡିକୁ ଆଧାର ସହ ଲିଙ୍କ କରାଯିବ। ତେବେ କଂପାନିଗୁଡ଼ିକର ଅର୍ଥନୈତିକ ଅପରାଧ ୟୁନିକ୍ ଆଇଡିକୁ ପାନ୍ କାର୍ଡ ସହ ଲିଙ୍କ୍ କରାଯିବ। ସରକାର ପ୍ରାୟ ଅଢ଼େଇ ଲକ୍ଷ ଅର୍ଥନୈତିକ ଅପରାଧୀଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି । ଏସବୁ ୟୁନିକ୍ ଆଇଡି ଆଲଫାନ୍ୟୁମେରିକ ହେବ ଅର୍ଥାତ ସଂଖ୍ୟା ଓ ଅକ୍ଷର ମିଶିକି ରହିବ ।

ଅନୁଯାୟୀ, କେନ୍ଦ୍ରୀୟ ଅର୍ଥନୈତିକ ଗୁଇନ୍ଦା ବ୍ୟୁରୋ ଏଥିପାଇଁ ୨.୫ ଲକ୍ଷ ଅର୍ଥନୈତିକ ଅପରାଧୀଙ୍କ ତାଲିକା ପ୍ରସ୍ତୁତ କରିଛି। ଯାହାର ବିବରଣୀ ଅର୍ଥନୈତିକ ଅପରାଧ ୟୁନିକ୍ ଆଇଡି (ୟୁନିକ୍ ଇକୋନୋମିକ୍ ଅଫେଣ୍ଡର କୋଡ୍) ସହ ଲିଙ୍କ୍ ହେବ। ଏହା ଅଧୀନରେ ଏକାଧିକ ତଦନ୍ତକାରୀ ଏଜେନ୍ସି ଯେପରି ୟୁନିକ୍ ଆଇଡି ଜରିଆରେ ଅପରାଧୀଙ୍କ ବିରୋଧରେ ତଦନ୍ତକୁ ତ୍ୱରାନ୍ୱିତ କରିପାରିବେ ସେଥିପାଇଁ ପ୍ରୟାସ କରାଯାଉଛି। ଏହା ଅଧୀନରେ ବିଜୟ ମାଲ୍ୟା, ନିରବ ମୋଦି, ମେହୁଲ ଚୋକ୍ସିଙ୍କ ଭଳି ଅର୍ଥନୈତିକ ଅପରାଧୀଙ୍କ ୟୁନିକ୍ ଆଇଡିକୁ ଆଧାର ସହ ଲିଙ୍କ କରାଯିବ। ଏଥିସହ ଅର୍ଥନୈତିକ ଅପରାଧ କରୁଥିବା କଂପାନିଗୁଡ଼ିକର ୟୁନିକ୍ ଆଇଡିକୁ ପାନ୍ କାର୍ଡ ସହ ଲିଙ୍କ୍ କରାଯିବ।

ଅନେକ ସମୟରେ ଗୋଟିଏ ଆର୍ଥିକ ଅପରାଧୀ ବିରୋଧରେ ଏକାଧିକ ଏଜେନ୍ସି ମାମଲା ରୁଜ୍ଜୁ କରି ତଦନ୍ତ ଚଳାଉଛନ୍ତି । ଫଳରେ ଦଣ୍ଡବିଧାନ ବିଳମ୍ବିତ ହେଉଛି ଓ ଲମ୍ବା ଆଇନଗତ ପ୍ରକ୍ରିୟା ଜାରି ରହୁଛି । ୟୁନିକ୍ ଆଇଡି ହେଲେ ଏସବୁ ସମସ୍ୟା ଦୂର ଦେବ ଓ ଏଜେନ୍ସିମାନେ ସହଜରେ ତଥ୍ୟ ପାଇପାରିବେ ।

Spread the love