ପତ୍ନୀଙ୍କ ସହ ଅକ୍ଷରଧାମ ମନ୍ଦିର ଯାଇ ସ୍ୱାମୀ ନାରାୟଣଙ୍କୁ ଦର୍ଶନ କଲେ ଋଷି ସୁନକ୍

ଜି-୨୦ ସମ୍ମିଳନୀରେ ଯୋଗଦେବା ପାଇଁ ଭାରତ ଆସିଥିବା ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ୍ ସକାଳେ ଅକ୍ଷରଧାମ ମନ୍ଦିରରେ ପହଞ୍ଚଛନ୍ତି । ପତ୍ନୀଙ୍କ ସହ ଅକ୍ଷରଧାମ ମନ୍ଦିର ଯାଇ ସ୍ୱାମୀ ନାରାୟଣଙ୍କୁ ଦର୍ଶନ କରିଛନ୍ତି । ଏହା ସହ ମନ୍ଦିରରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ପୂଜାର୍ଚ୍ଚନା କରିଛନ୍ତି ।

ଆଜି ସକାଳେ ଦିଲ୍ଲୀରେ ପ୍ରବଳ ବର୍ଷା ହୋଇଥିଲା । ଏହାରି ଭିତରେ ସକାଳୁ ସକାଳୁ ଯାଇ ମନ୍ଦିରରେ ପହଞ୍ଚ ଥିଲେ ଋଷି ସୁନକ । ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

Spread the love