ଆଗାମୀ ପିଢ଼ି ପାଇଁ ଅନଲାଇନ ପ୍ଲାଟଫର୍ମରେ ଶିକ୍ଷା ଶୀର୍ଷକ ୱେବିନାର ଅନୁଷ୍ଠିତ

ନୂଆ ନୂଆ ପ୍ରଯୁକ୍ତି ବିଜ୍ଞାନର ଉଦ୍ଭାବନ ସହିତ ସୂଚନା ଏବଂ ପ୍ରଦ୍ୟୋଗୀକ ବିଶ୍ୱର ଉତ୍ତରଣ ଆଗାମୀ ପିଢ଼ି ପାଇଁ ଦ୍ୱନ୍ଦ୍ୱପୂର୍ଣ୍ଣ ଓ ଜଟିଳ ସମୟ ଆଣିପାରେ ଏବଂ ଭବିଷ୍ୟତ ନିର୍ଦ୍ଧାରଣ ପାଇଁ  ଏହିସବୁ ବ୍ୟତିକ୍ରମ ଉପୁଜି ପରେ ବୋଲି ବୁଦ୍ଧିଜୀବୀଙ୍କ ମଧ୍ୟରେ ଆଶା ପ୍ରକଟ ହେଉଛି। ଆଗାମୀ ପିଢ଼ି ପାଇଁ ବୃତ୍ତିର ସଠିକ ଚୟନ କିମ୍ବା ବିଭିନ୍ନ ଶିକ୍ଷା କୌଶଳରେ ମାର୍ଗ ଦର୍ଶନର ସମସ୍ୟାକୁ ଆମେ ଆସୁଥିବା ସମୟରେ ଏଡେଇ ଯାଇ ପାରିବା ନାହିଁ। ଭବିଷ୍ୟତ ନିର୍ମାଣର ଏହି ଆଗାମୀ ଦ୍ୱନ୍ଦ୍ୱ ଆଶଙ୍କା ପୂର୍ଣ୍ଣ ସମୟକୁ ଆକଳନ କରି ଆଗାମୀ ପିଢ଼ି ପାଇଁ ଶିକ୍ଷା ଶୀର୍ଷକରେ ଏକ  ୱେବିନାର ଅନଲାଇନ ପ୍ଲାଟଫର୍ମରେ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ମୁଖ୍ୟବକ୍ତା ମାନେ ଆଗାମୀ ସମୟରେ କିପରି  ନୂଆ ପିଢ଼ି ନିଜକୁ ପ୍ରସ୍ତୁତ କରିବେ ସେଥିନିମନ୍ତେ ମତରଖିବା ସହ ଏହି ସମୟକୁ ନେଇ ନିଜର ମତ, ଦୃଷ୍ଟିକୋଣ ଏବଂ ଅଭିଜ୍ଞତା ପ୍ରକାଶ କରିଥିଲେ । ହାମରସ୍‌ବାଚ୍‌ ଅନୁଷ୍ଠାନର ମାଲେସିଆର କଣ୍ଟ୍ରି ମ୍ୟାନେଜର ଏଥିରେ ଉପସ୍ଥିତ ରହି ଆଗାମୀ ସମୟରେ ସୃଷ୍ଟି ହେବାକୁଥିବା ନୂଆ ବୃତ୍ତି ଏବଂ ଜ୍ଞାନ କୌଶଳ ଉପରେ ଅଭିମତ ଜଣାଇଥିଲେ। ପ୍ରଫେସର ଅଶୋକ କୁମାର ଦାସ ଯୋଗ ଦେଇ  ଶିକ୍ଷାବିତଙ୍କର ନିଜର  ଶିକ୍ଷା ସାମର୍ଥ୍ୟ ଅଭିବୃଦ୍ଧି ସହ ସେଲ୍ଫ ଲର୍ଣ୍ଣିଙ୍ଗ ଜରୁରୀ ବୋଲି କହିଥିଲେ। ଏହା ସହ ସ୍କିଲ  ଏଜୁକେଶନ ଆଣ୍ଡ ଟ୍ରେନିଂ ତଥା ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେଶନର ମୁଖ୍ୟ ଅଧ୍ୟକ୍ଷ ଡ ବିଶ୍ୱଜିତ ସାହା  ଶିକ୍ଷା ବ୍ୟବସ୍ଥାର ନୂତନୀକରଣ କରିବା ନେଇ ମତ ରଖିଥିଲେ। ଏହି ୱେବନିଅରକୁ ଆୟୋଜନ କରିଥିଲେ  ଆଇ ପ୍ରେପ ଟୁଡ଼େ ସ୍କିଲ ଫାଉଣ୍ଡେସନ।

Spread the love