ଏହି ଫିଲ୍ମର ପ୍ରଚାର ପାଇଁ ‘ଦିଲ୍ କା ଟେଲିଫୋନ ଡ୍ରେସ୍’ ପିନ୍ଧିଲେ ଉର୍ଫି

ମୁମ୍ବାଇ: ଫିଲ୍ମର ପ୍ରଚାର ପାଇଁ ‘ଦିଲ୍ କା ଟେଲିଫୋନ ଡ୍ରେସ୍’ ପିନ୍ଧିଲେ ବିଗ୍‌ବସ୍‌ ଓଟିଟିର ପ୍ରତିଯୋଗୀ ତଥା ମଡେଲ୍‌ ଉର୍ଫି ଜାଭେଦ।ନିକଟରେ ଉର୍ଫି ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ଆୟୁଷ୍ମାନ ଖୁରାନାଙ୍କ ଆଗାମୀ ଚଳଚ୍ଚିତ୍ର ‘ଡ୍ରିମ୍ ଗାର୍ଲ ୨’ର ଏକ ନିଆରା ଢ଼ଙ୍ଗରେ ପ୍ରଚାର କରୁଥିବା ଦେଖାଯାଇଛି। ପ୍ରଚାର ପାଇଁ ଏଥର ଉର୍ଫି ‘ଦିଲ୍ କା ଟେଲିଫୋନ୍ ଡ୍ରେସ୍’ ତିଆରି କରିଛନ୍ତି। ଭାଇରାଲ ହେଉଥିବା ଫଟୋରେ ଉର୍ଫି ଫୋନର ତାରରେ ନିଜର ନୂଆ ପୋଷାକ ପ୍ରସ୍ତୁତ କରିଛନ୍ତି। ଇନଷ୍ଟା ରିଲ୍ସରେ ଉର୍ଫି ଜାଭେଦ୍ ଲାଲ୍ ରଙ୍ଗର ଫୋନରେ ତିଆରି ହୋଇଥିବା ଟପ୍ସ ପିନ୍ଧିଥିବା ଦେଖାଯାଇଛି।
ଏହା ପୂର୍ବରୁ ଉର୍ଫି ଟମାଟୋରେ ତିଆରି କାନଫୁଲ ପିନ୍ଧି ଚର୍ଚ୍ଚାକୁ ଆସିଥିଲେ। ସାରା ଦେଶରେ ଟମାଟୋର ଦାମ୍ ବଢ଼ିଥିବା ବେଳେ ମଧ୍ୟବିତ୍ତଙ୍କ ପାଇଁ ଟମାଟୋ କିଣିବା କଷ୍ଟକର ହୋଇପଡ଼ିଛି। ଏମଧ୍ୟରେ ଉର୍ଫି ଟମାଟୋରେ ତିଆରି କାନଫୁଲ ପିନ୍ଧି ଟମାଟୋ ଖାଉଥିବା ଦେଖାଯାଇଥିଲା। ଭାରତରେ ଏବେ ଟମାଟୋ ସୁନା ସହ ସମାନ ବୋଲି ଜଣାଇବାକୁ ଯାଇ ଉର୍ଫି ଏଭଳି କରିଥିବା କହିଥିଲେ। ତାଙ୍କର ଏହି ଫଟୋ ବହୁତ ଭାଇରାଲ ହୋଇଥିଲା।

Spread the love