ଉମେଶ ପାଲ ମର୍ଡର: ଅତିକର ପୁଅ ଓ ଫେରାର ଶୁଟରଙ୍କ ଉପରେ ଅଢ଼େଇ ଲକ୍ଷର ପୁରସ୍କାର ରାଶି

ପ୍ରୟାଗରାଜରେ ଉମେଶ ପାଲ ହତ୍ୟାକାଣ୍ଡରେ ସାମିଲ ଅତିକ ଅହମ୍ମଦର ପୁଅ ଓ ସମସ୍ତ ଶୁଟରଙ୍କ ଉପରେ ପୁରସ୍କାର ରାଶିର ଘୋଷଣା କରାଯାଇଛି । ଅଭିଯୁକ୍ତଙ୍କୁ ଧରିବା ପାଇଁ ୟୁପି ପୋଲିସ ପୁରସ୍କାର ରାଶିକୁ ୫୦ ହଜାରରୁ ବୃଦ୍ଧି କରି ଅଢ଼େଇ ଲକ୍ଷ ଟଙ୍କା କରିଦେଇଛି । ଉମେଶ ପାଲ ହତ୍ୟାକାଣ୍ଡରେ ସାମିଲ ଅଭିଯୁକ୍ତଙ୍କ ଗିରଫଦାରୀ ପାଇଁ ଏସଟିଏଫର ୟୁନିଟ ବ୍ୟତୀତ ସମସ୍ତ ଜିଲ୍ଲାକୁ ଟାସ୍କ ଦିଆଯାଇଛି । ଅଭିଯୁକ୍ତମାନଙ୍କ ଡିଟେଲ୍ସ ସମସ୍ତ ଜିଲ୍ଲା ସହ ସେୟାର କରାଯାଇ ଲୁଚିବାର ସମସ୍ତ ସମ୍ଭାବିତ ସ୍ଥାନର ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅତିକର ପୁଅ ଅସଦ ଉମେଶ ପାଲ ହତ୍ୟାକାଣ୍ଡର ଅଭିଯୁକ୍ତ ରହିଛି । ଏବେ ତା ଉପରେ ଅଢ଼େଇ ଲକ୍ଷ ଟଙ୍କାର ପୁରସ୍କାର ରାଶି ରଖାଯାଇଛି ।

Spread the love