ନୂପୁରଙ୍କ ବିବାଦୀୟ ବୟାନ ପରେ ହିଂସା; ୧୧୬ ଜଣ ଉପଦ୍ରବୀଙ୍କ ଗିରଫ କଲା ୟୁପି ପୁଲିସ୍

ଲକ୍ଷ୍ନୌ: ନୂପୁର ଶର୍ମାଙ୍କ ବିବାଦୀୟ ବୟାନ ପରେ ଆଜି ଦେଶବ୍ୟାପୀ ହିଂସା ଦେଖିବାକୁ ମିଳିଛି। ଶୁକ୍ରବାର ନମାଜ ପାଠ ପରେ ଦିଲ୍ଲୀ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଆଦି ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଉତ୍ତର ପ୍ରଦେଶର ୬ଟି ସହରରେ ନାରାବାଜୀ ହେବା ସହ ଟେକାପଥର ମାଡ଼ ହୋଇଛି। ବିକ୍ଷୋଭକାରୀମାନେ ହିଂସାର ପଥ ଆପଣାଇଛନ୍ତି।

ଏହି ମାମଲାରେ କଠୋର ହୋଇଛନ୍ତି ଯୋଗୀ ସରକାର। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଆଜି ଏହି ମାମଲାରେ ଉଚ୍ଚସ୍ତରୀୟ ବୈଠକ ଡକାଇଥିଲେ। ବୈଠକରେ ଉପଦ୍ରବୀମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।  ଏପର୍ଯ୍ୟନ୍ତ ମାମଲାରେ ୧୧୬ ଜଣଙ୍କୁ ଗିରଫ କରାଯାଇ ସାରିଲାଣି।

ଗିରଫମାନଙ୍କ ମଧ୍ୟରୁ ସାହାରନପୁର ୩୮, ପ୍ରୟାଗରାଡରୁ ୧୫, ହାଥରସ୨୪, ମୁରାଦାବରୁ ୭, ଫିରୋଜାବାଦ ୨ ଓ ଆମ୍ବେଦକର ନଗର ୨୩ ଜଣ ଗିରଫ ହୋଇଛନ୍ତି। ତେବେ ପ୍ରୟାଗରାଜରେ ସବୁଠାରୁ ଉତ୍‌ପାତ କରିଛନ୍ତି ଉପଦ୍ରବୀ। ଭଙ୍ଗାରୁଜା କରିବା ସହ ନିଆଁ ଲଗାଇଥିବା ଶୁଣିବାକୁ ମିଳୁଛି।

Spread the love