ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହେବାକୁ ମୋଦିଙ୍କ ଆହ୍ବାନ

ଆରମ୍ଭ ହୋଇଯାଇଛି ବହୁଚର୍ଚ୍ଚିତ ଉତ୍ତରପ୍ରଦେଶ ବିଧାନସଭାର ପ୍ରଥମ ପର୍ଯ୍ୟାୟ ମତଦାନ । 58 ଆସନରେ 9 ମନ୍ତ୍ରୀଙ୍କ ଭାଗ୍ୟ ପରୀକ୍ଷା ଆରମ୍ଭ ହୋଇଯାଇଛି । ଗଣତନ୍ତ୍ରର ଏହି ପବିତ୍ର ପର୍ବରେ ସାମିଲ ହେବାକୁ ଭୋଟରଙ୍କୁ ଆହ୍ବାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋରୋନା ନିୟମ ମାନି ଏହି ପବିତ୍ର ପର୍ବରେ ଭାଗ ନିଅନ୍ତୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେ ଆହୁରି କହିଛନ୍ତି ଧ୍ୟାନ ରଖନ୍ତୁ ପ୍ରଥମେ ମତଦାନ ତାପରେ ଜଳପାନ କରିବା ନେଇ କହିଛନ୍ତି ମୋଦି । ଆଜି ୟୁପିରେ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି । ତେଣୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ସମସ୍ତେ ଏହି ପର୍ବରେ ସାମିଲ ହୁଅନ୍ତୁ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ପଶ୍ଚିମ ଭାଗର 11ଟି ଜିଲ୍ଲାରେ 58 ବିଧାନସଭା ଆସନରେ ମତଦାନ ଆରମ୍ଭ ହୋଇଛି । ସେହପରି ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ଉତ୍ତର ପ୍ରଦେଶବାସୀଙ୍କୁ ଟ୍ୱିଟ୍‌ କରି ଅନୁରୋଧ କରିଛନ୍ତି। ସେ ଲେଖିଛନ୍ତି, ଆଜି ହେଉଛି ଉତ୍ତର ପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏହି ପର୍ଯ୍ୟାୟର ସମସ୍ତ ଭାଇ ଭଉଣୀମାନଙ୍କୁ ମୁଁ ନିବେଦନ କରୁଛି କି, ସେମାନେ ବହୁ ସଂଖ୍ୟାରେ ଭୋଟ୍‌ ଦେଇ ଏଭଳି ସରକାର ନିର୍ବାଚିତ କରିବେ, ଯିଏ ଆପଣମାନଙ୍କୁ ନିରାପତ୍ତା, ସମ୍ମାନ ଏବଂ ଉତ୍ତମ ଶାସନ ସହ ରାଜ୍ୟର ବିକାଶ କରିବେ। ଆପଣଙ୍କର ଗୋଟିଏ ଭୋଟ୍‌, ଉତ୍ତରପ୍ରଦେଶ ଉଜ୍ଜ୍ୱଳ ଭବିଷ୍ୟତର ଆଧାର ହେବ ବୋଲି କହିଛନ୍ତି ଗୃହମନ୍ତ୍ରୀ । ଶାମଲୀ, ହାପୁଡ, ଗୌତମବୁଦ୍ଧ ନଗର, ମୁଜାଫରନଗର, ମିରଟ, ବାଗପତ, ଗାଜିଆବାଦ, ବୁଲନ୍ଦସର, ଆଲିଗଡ, ମଥୁରା ଏବଂ ଆଗ୍ରାରେ ମତସାବ୍ୟସ୍ତ କରୁଛନ୍ତି ଭୋଟର । ପ୍ରଥମ ପର୍ଯ୍ୟାୟରେ ଜାଟ୍ ଆଧିପତ୍ୟ ଅଞ୍ଚଳରେ ଭୋଟିଂ ଶେଷ କରାଯିବ । ଏନେଇ ସକାଳୁ ବିଭିନ୍ନ ବୁଥରେ ଲମ୍ବା ଲାଇନ ଲଗାଇଛନ୍ତି ଭୋଟର । ମାର୍ଚ୍ଚ 7ରେ ସମସ୍ତ ଆସନରେ ମତଦାନ ଶେଷ ହେବ । ମାର୍ଚ୍ଚ ୧୦ ତାରିଖରେ ମତଗଣନା ସହ ଜନାଦେଶ ପ୍ରକାଶ ପାଇବ । ନିର୍ବାଚନ କମିଶନଙ୍କ ଦ୍ବାରା ପ୍ରଦତ୍ତ କୋଭିଡ ଗାଇଡଲାଇନ ଅନୁପାଳନ ମୁତାବକ ଭୋଟିଂ ପ୍ରକ୍ରିୟା ଶେଷ କରିବା ନେଇ ସମସ୍ତ ବ୍ୟବସ୍ଥା ହୋଇଛି । ସୁରକ୍ଷା ବ୍ୟବସ୍ଥା ନେଇ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

Spread the love