ଉପାନ୍ତ ଅଞ୍ଚଳରେ ବରଦାନ ସାଜିଛି ବିଏସ୍‌କେଓ୍ୱାଇ ଯୋଜନା: ମାଗଣା ଅପରେସନ ପରେ ଘରକୁ ଫେରିଲେ ପିତ୍ତ ରୋଗୀ

କାଲିମେଳା: ସାହା ହେଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ । ଅପରେସନ ପରେ ସୁସ୍ଥ ରୋଗୀ । ଉପାନ୍ତ ଅଞ୍ଚଳରେ ବରଦାନ ସାଜିଛି ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା । ସ୍ମାର୍ଟ ହେଲ୍ଥକାର୍ଡରେ ଉତ୍ତମ ସ୍ବାସ୍ଥ୍ୟସେବା ପାଉଛନ୍ତି ହିତାଧିକାରୀ ।

ମାଲକାନଗିରି ଜିଲ୍ଲା ଏମଭି-୭୪ ଗାଁରେ ପ୍ରଭା ଦାସ । ଦୀର୍ଘ ଦିନ ହେଲା ପିତ୍ତରୋଗରେ ପୀଡ଼ିତ ହୋଇ ସଂଘର୍ଷ କରୁଥିଲେ । ଅପରେସନ ପାଇଁ ଆବଶ୍ୟକ ଅର୍ଥ ନଥିବାରୁ ରୋଗଶଯ୍ୟାରେ ପଡିରହିଥିଲେ ପ୍ରଭା । ମାତ୍ର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ ସହାୟତାରେ ମାଗଣାରେ ତାଙ୍କର ଅପରେସନ ହୋଇଛି  । ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Spread the love