ହରନାଜ୍‌ଙ୍କ ବିରୋଧରେ ଅଭିଯୋଗ ଆଣିଲେ ଉପସାନା ସିଂ

ମୁମ୍ବାଇ ୦୫।୦୮: ମିସ୍ ୟୁନିଭର୍ସ ହର୍‌ନାଜ୍ କୌର ସନ୍ଧୁ ଏବେ ଆଇନ୍‌ କାନୁନ୍‌ ଅସୁବିଧାରେ ଥିବା ପଡିଥିବା ଜଣାପଡିଛି। ‘ଦି କପିଲ ଶର୍ମା’ ସୋ’ର ‘ବୁଆ’ ଭୂମିକାରେ ଅଭିନୟ କରୁଥିବା ଉପସାନା ସିଂ ଚଣ୍ଡିଗଡ଼ର ଏକ ସ୍ଥାନୀୟ କୋର୍ଟରେ ହାଜର ହୋଇଛନ୍ତି। ଉପସାନା ହରନାଜଙ୍କୁ ତାଙ୍କ ପ୍ରଡକ୍ସନ୍ ଫିଲ୍ମ ସମ୍ପର୍କରେ ଚୁକ୍ତି ଭଙ୍ଗ କରିଥିବା ଅଭିଯୋଗ କରିଛନ୍ତି। ଚୁକ୍ତିନାମା ଉଲ୍ଲଂଘନ ଅଭିଯୋଗରେ ହରନାଜଙ୍କୁ ମଧ୍ୟ କ୍ଷତିପୂରଣ ମାଗାଯାଇଛି। ଗୁରୁବାର ଦିନ ଉପାସନା ଚଣ୍ଡିଗଡ଼ ଜିଲ୍ଲା କୋର୍ଟରେ ସିଭିଲ ମକଦ୍ଦମା ଦାୟର କରିଛନ୍ତି। ସେ କହିଛନ୍ତି ଯେ ହରନାଜ କାରଣରୁ ସେ ବହୁତ କ୍ଷତି ସହିଛନ୍ତି।

ଉପସାନା ଫିଲ୍ମ ‘ବାଇ ଜୀ କୁଟାଙ୍ଗେ’ ପ୍ରସ୍ତୁତ କରୁଥିଲେ। ଏଥିରେ ମୁଖ୍ୟ ଭୂମିକାରେ ହରନାଜ ରହିଥିଲେ। କୋର୍ଟ ବାହାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଚଳଚ୍ଚିତ୍ର ନିର୍ମାତା କହିଛନ୍ତି ଯେ ମୁଁ ହରନାଜଙ୍କୁ ଫିଲ୍ମରେ ଅଭିନୟ କରିବାର ସୁଯୋଗ ଦେଇଥିଲି। ସେ ବ୍ୟକ୍ତିଗତ ଭାବରେ ପହଞ୍ଚିବା କଥା, କିନ୍ତୁ ସେ ଏହାର ତାରିଖ ଦେବାକୁ ମନା କରିଦେଇଥିଲେ।

ନିର୍ମାତା ଆହୁରି କହିଛନ୍ତି, ‘ଯେତେବେଳେ ସେ ମିସ୍ ୟୁନିଭର୍ସ ନଥିଲେ ସେହି ସମୟରେ ମୁଁ ତାଙ୍କୁ ଏକ ସୁଯୋଗ ଦେଇଥିଲି । ଏହା ଏକ ଛୋଟ ବଜେଟ୍ ଚଳଚ୍ଚିତ୍ର ନୁହେଁ । ଏଥିପାଇଁ ବିପୁଳ ପରିମାଣର ଖର୍ଚ୍ଚ ହୋଇଛି। ”ସେ କହିଛନ୍ତି ଯେ ଏହି ଫିଲ୍ମ ମେ ୨୭ ରେ ରିଲିଜ ହେବ କିନ୍ତୁ ହରନାଜ୍‌ଙ୍କ ଅନୁପସ୍ଥିତି ଯୋଗୁଁ ଏହାର ରିଲିଜକୁ ଅଗଷ୍ଟ ୧୯ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ପଡିବ।

Spread the love