ରାମଚରଣ ଓ ଉପାସନାଙ୍କ ଝିଅର ନାମ କ’ଣ ଜାଣନ୍ତି ? ଆଗରୁ କେବେ ବି ଶୁଣି ନଥିବେ

ନୂଆଦିଲ୍ଳୀ: ଜୁନ୍ ୨୦ ତାରିଖରେ ସାଉଥ୍‌ ଷ୍ଟାର୍‌ ରାମ ଚରଣ ଏବଂ ତାଙ୍କ ପତ୍ନୀ ଉପସାନା ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ୱାଗତ କରିଥିଲେ। ଜୁନ୍ ୩୦ରେ, ଏହି ଦମ୍ପତି ଶେଷରେ ନିଜ ଝିଅର ନାମକରଣ ଉତ୍ସବ ରଖି ଦେଇଥିବା ନାମକୁ ସର୍ବସାଧାରଣ କରିଛନ୍ତି। ନାମକରଣ ସମାରୋହର ଅନେକ ଫଟୋ ମଧ୍ୟ ସୋସିଆଲ୍‌ ମିଡିଆରେ ଦେଖିବାକୁ ମିଳିଛି। ଏହି ଦମ୍ପତି ସେମାନଙ୍କର କୁନି ପରୀର ନାମ  କ୍ଲିନ୍ କାରା ରଖିଛନ୍ତି। ଏକ ନୂତନ ଇନଷ୍ଟାଗ୍ରାମ ପୋଷ୍ଟରେ ଉପସାନାଙ୍କ ମା ଏ ନେଇ ସୂଚନା ଦେଇଛନ୍ତି।ଉପାସନାଙ୍କ ମାଆ ଆହୁରି ବି କହିଛନ୍ତି ଯେ ଏହି ନାମ ସେ ତାଙ୍କ ଝିଅ ଅର୍ଥାତ, ଉପାସନାଙ୍କର ଦେବାକୁ ଚାହୁଁଥିଲେ। ରାମ ଚରଣଙ୍କ ଶାଶୂ ନାତୁଣୀର ନାମକୁ ନେଇ ଖୁଲାସା କରିବା ସହ ଝିଅ ଓ ଜ୍ବାଇଁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସାଉଥ ସୁପରଷ୍ଟାର ରାମ ଚରଣ ଏବଂ ତାଙ୍କ ପତ୍ନୀ ଉପସାନାଙ୍କ ଝିଅ ଜନ୍ମ ହେବାକୁ ୧୧ ଦିନ ହୋଇଥିବା ବେଳେ ଗତକାଲି ନାମକରଣ ସମାରୋହ ରଖିଥିଲେ। ପତ୍ନୀ ଉପସାନା ମଧ୍ୟ ଏହି ବିଶେଷ ସମାରୋହର ଝଲକ ଦେଖାଇବା ସହ ତାଙ୍କ ଝିଅକୁ କେଉଁ ବିଶେଷ ଉପହାର ମିଳିଛି ତାହା ମଧ୍ୟ ସେ କହିଥିଲେ। ଷ୍ଟାର ପତ୍ନୀ ଇନଷ୍ଟାଗ୍ରାମରେ ନାମକରଣ ସମାରୋହର ଉତ୍ସବ ବିଷୟରେ ସୂଚନା ଦେଇଥିଲେ। ଆଡମ୍ବରପୂର୍ଣ୍ଣ ସାଜସଜ୍ଜା ସହିତ ଉପସନାଙ୍କ ଘରେ ହେଉଥିବା ସମାରୋହରେ ସମଗ୍ର ପରିବାର ଅଂଶଗ୍ରହଣ କରିଥିବାର ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମରେ ଅନେକ ସେଲିବ୍ରିଟି ମଧ୍ୟ ଯୋଗ ଦେଇଥିଲେ।

Spread the love