ଦିନ ୧ଟା ସୁଦ୍ଧା ରାଜ୍ୟରେ ୩୯.୩୦ ପ୍ରତିଶତ ଭୋଟିଂ

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଚାଲିଛି ଭୋଟିଂ । ଦିନ ୧ଟା ସୁଦ୍ଧା ରାଜ୍ୟରେ ୩୯.୩୦ ପ୍ରତିଶତ ଭୋଟିଂ ହୋଇଛି । ନବରଙ୍ଗପୁରରେ ୪୨.୬୫ ପ୍ରତିଶତ, କଳାହାଣ୍ଡିରେର ୪୨.୬୭ ପ୍ରତିଶତ, କୋରାପୁଟରେ ୩୬.୬୪ ପ୍ରତିଶତ ଭୋଟି ହୋଇଛି । ବ୍ରହ୍ମପୁରରେ ୩୪.୯୭ ପ୍ରତିଶତ ଭୋଟିଂ ହୋଇଥିବା ସୂଚନା ମିଳିଛି । ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଲୋକସଭା ଓ ତତସଂଲଗ୍ନ ୨୮ଟି ବିଧାନସଭା କ୍ଷେତ୍ରରେ ଚାଲିଛି ମତଦାନମୋଟ ୬୨ ଲକ୍ଷ ୮୭ ହଜାର ଭୋଟର ମତଦାନ କରିବାକୁ ଯାଉଥିବା ବେଳେ ସେମାନଙ୍କ ମଧ୍ୟରେ ୩୦ ଲକ୍ଷ ୯୭ ହଜାର ପୁରୁଷ, ୩୧ ଲକ୍ଷ ୮୯ ହଜାର ମହିଳା, ୧ ଲକ୍ଷ ୭୫ ହଜାର ଯୁବ ଭୋଟର ଓ ୧୪ ଲକ୍ଷ ୬୮ ହଜାର ୨୦ ବର୍ଷରୁ  ୨୯ ବର୍ଷର ଭୋଟର ରହିଛନ୍ତି। ସଂସଦୀୟ କ୍ଷେତ୍ର ପାଇଁ ୩୭ଜଣ ପ୍ରାର୍ଥୀ ଥିବା ବେଳେ ବିଧାନସଭା ପାଇଁ ପ୍ରାର୍ଥୀ ରହିଛନ୍ତି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ୭ ହଜାର ୩୦୩ମତଦାନ କେନ୍ଦ୍ର ସହ ୧୪ଟି ଅତିରିକ୍ତ ମତଦାନ କେନ୍ଦ୍ର କରାଯାଇଛି। ଲୋକସଭା କ୍ଷେତ୍ରରେ କୋରାପୁଟରେ ସର୍ବନିମ୍ନ ଭୋଟର ଥିବାବେଳେ କଳାହାଣ୍ଡିରେ ସର୍ବାଧିକ ଭୋଟର ରହିଛନ୍ତି।

Spread the love