ଜେଡିୟୁରେ ମିଶିଯାଇପାରେ ଉପେନ୍ଦ୍ର କୁଶବାହାଙ୍କ ଦଳ ଲୋକ ସମତା ପାର୍ଟି

ପୁଣି ନୀତୀଶଙ୍କ ଦଳ ଜେଡିୟୁରେ ମିଶିପାରନ୍ତି ଉପେନ୍ଦ୍ର କୁଶବାହା | ନିକଟରେ ରାଷ୍ଟ୍ରୀୟ ଲୋକ ସମତା ଦଳର ସଭାପତି ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଉପେନ୍ଦ୍ର କୁଶବାହା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟିଥିଲେ । ଆଉ ଅନୁମାନ କରାଯାଉଛି ଯେ କୁଶବାହା ଆଗାମୀ ଦିନରେ ଜେଡିୟୁ ସହିତ ତାଙ୍କ ପାର୍ଟିକୁ ମିଶ୍ରଣ କରିପାରନ୍ତି | ସୂଚନା ଥାଉ କି ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଉପେନ୍ଦ୍ର କୁଶବାହା ଏନଡିଏରୁ ଅଲଗା ହୋଇ ମହାଗଠବନ୍ଧନରେ ଯୋଗ ଦେଇଥିଲେ। ୨୦୧୯ ଲୋକସଭା ନିର୍ବାଚନରେ ​​କୁଶବାହାଙ୍କ ଦଳ ଖରାପ ଫଳାଫଳ ପ୍ରଦର୍ଶନ କରିଥିଲା |
ଆଉ ଏହା ପରେ ଉପେନ୍ଦ୍ର କୁଶବାହା ୨୦୨୦ ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ମହାଗଠବନ୍ଧନରୁ ବିଦାୟ ନେଇ ଅସାଦୁଦ୍ଦିନ ଓ଼ବେସିଙ୍କ ଦଳ ସହ ମିଶି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇଥିଲେ। ତଥାପି ବିଧାନସଭା ନିର୍ବାଚନରେ ​​ଉପେନ୍ଦ୍ର କୁଶବାହା ମଧ୍ୟ ପରାସ୍ତ ହୋଇଥିଲେ | ଏପରି ପରିସ୍ଥିତିରେ, ଡିସେମ୍ବର ୨ରେ ନୀତୀଶ କୁମାରଙ୍କ ସହ ତାଙ୍କର ସାକ୍ଷାତକାର ପରେ ଉପେନ୍ଦ୍ର କୁଶବାହା ଜନତା ଦଳ ୟୁନାଇଟେଡ ବା ଜେଡିୟୁ ସହିତ ନିଜ ଦଳକୁ ମିଶାଇପାରନ୍ତି ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଛି ।
କାରଣ ନୂତନ ସରକାର ଗଠନ ପରେ ପ୍ରଥମ ବିଧାନସଭା ଅଧିବେଶନରେ ଆରଜେଡି ନେତା ତେଜସ୍ୱୀ ଯାଦବ ବ୍ୟକ୍ତିଗତ ଭାବେ ନୀତିଶ କୁମାରଙ୍କୁ ଯେଭଳି ଆକ୍ରମଣ କରିଥିଲେ, ସେଥିପାଇଁ ମଧ୍ୟ କୁଶବାହା ଅସନ୍ତୋଷ ବ୍ୟକ୍ତ କରିଥିଲେ।

Spread the love