‘ଉରି: ଦ ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ ପାଇଁ ୟାମି ଗୌତମୀ ଓ ଭିକି କୌଶଲଙ୍କୁ ସମ୍ମାନିତ

ବକ୍ସ ଅଫିସ୍‌ରେ ‘ଉରି: ଦ ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ ଜବରଦସ୍ତ ସଫଳତା ପାଇବା ସହ ଲକ୍ଷ ଲକ୍ଷ ଲୋକଙ୍କ ମନ ଜିତିବା ପରେ ଅଭିନେତ୍ରୀ ୟାମି ଗୌତମୀ ଓ ଅଭିନେତା ଭିକି କୌଶଲ 70ତମ ଗଣତନ୍ତ୍ର ଦିବସରେ ଓ୍ଵାଘା ସୀମାକୁ ଯାଇ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ଚଳଚ୍ଚିତ୍ରରେ ତାଙ୍କର ଜବରଦସ୍ତ ଅଭିନୟ ପାଇଁ ବିଏସ୍‌ଏଫ୍‌ର ଯବାନମାନେ ୟାମି ଗୌତମଙ୍କୁ ସମ୍ମାନିତ କରିଛନ୍ତି। ଚଳଚ୍ଚିତ୍ରରେ ଅଭିନେତ୍ରୀ ୟାମି ଜଣେ ଗୁଇନ୍ଦା ଅଧିକାରୀଙ୍କ ଭୂମିକା ନିଭାଇଛନ୍ତି।

ଭିକି କୌଶାଲଙ୍କ ଅଭିନୀତ ଏହି ଚଳଚ୍ଚିତ୍ରଟି 2016 ମସିହା ସେପ୍ଟମ୍ବର 29 ତାରିଖରେ ନିୟନ୍ତ୍ରଣ ରେଖାରେ ଆତଙ୍କବାଦୀଙ୍କ ଉପରେ ଭାରତୀୟ ସେନାର ସର୍ଜିକାଲ୍‌ ଷ୍ଟାଇକ୍‌ ଉପରେ ଆଧାରିତ। ସେହି ମାସରେ ଉରିଠାରେ ସେନା ଯବାନଙ୍କ ଉପରକୁ ଆତଙ୍କବାଦୀମାନେ କରିଥିବା ଆକ୍ରମଣର ଯବାବ ଦେବା ପାଇଁ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରାଯାଇଥିବା କଥା ଚଳଚ୍ଚିତ୍ରରେ ଦର୍ଶାଯାଇଛି। ପ୍ରଶଂସକଙ୍କ ଗ୍ରହଣୀୟତା ସାଉଁଟିବା ପରେ ୟାମି ନିଜର ଖୁସି ବ୍ୟକ୍ତ କରିଛନ୍ତି। ଯବାନମାନଙ୍କ ସହ ସାକ୍ଷାତ ତାଙ୍କୁ ଗର୍ବ ଅନୁଭବ କରାଇଛି ବୋଲି ୟାମି ଜଣାଇଛନ୍ତି।

Spread the love