ପରିସ୍ରାର ରଙ୍ଗ ପରିବର୍ତ୍ତନ କଣ ପାଇଁ ହୁଏ

ଆମ ଶରୀର ଭିତରେ ହୋଇଥିବା ବିଭିନ୍ନ ସଙ୍କେତକୁ ଆମେ  ଅଣଦେଖା କରୁ।ଯାହା ଆମ ପାଇଁ ଭବିଷ୍ୟତରେ ଗୋଟିଏ ବଡ଼ ରୋଗର କାରଣ ହୋଇଥାଏ। ନିକଟରେ ଗବେଷକ ମାନେ ପରିସ୍ରାର ରଙ୍ଗପରିବର୍ତ୍ତନ କେଉଁ କେଉଁ ରୋଗର କାରଣ ହୋଇଥାଏ ସେହି ବିଷୟରେ ସୂଚନା ଦେଇଛନ୍ତି।ତଥାପି ଆମକୁ ସଚେତନ ରହିବା ସହିତ ଡାକ୍ତରଙ୍କୁ ପରାମର୍ଶ ମଧ୍ୟ କରିବା ଉଚିତ।

ଟ୍ରାନ୍ସ ପରେଣ୍ଟ ରଙ୍ଗ ପରିସ୍ରା : ଯଦି ଆପଣଙ୍କ ପରିସ୍ରା ଟ୍ରାନ୍ସପରେଣ୍ଟ ରଙ୍ଗର ହେଉଛି ତେବେ ଏହାର ଅର୍ଥ ଆପଣ ଅତ୍ୟଧିକ ମାତ୍ରାରେ ପାଣି ପିଉଛନ୍ତି। ଯାହା ଆପଣଙ୍କ ପାଇଁ ଗୋଟିଏ ଭଲ ସୂଚନା। ହାଇଡ୍ରେଟ ରହିବା ଶରୀର ଠିକ ,କିନ୍ତୁ ସକାଳୁ ଅଧିକ ମାତ୍ରାରେ ପାଣି ପିଇବା ଦ୍ୱାରା ଶରୀର ରେ ଇଲେକ୍ଟ୍ରୋଲାଇଟ୍ସ କମିପାରେ।

ଈଷତ ହଳଦିଆ କିମ୍ବା ଗାଢ଼ ହଳଦିଆ : ୟୁରୋକ୍ରୋମ ପିଗମେଣ୍ଟ କାରଣରୁ ପରିସ୍ରାର ରଙ୍ଗ ଈଷତ ହଳଦିଆ କିମ୍ବା ଗାଢ଼ ହଳଦିଆ ହୋଇ ଯାଇଥାଏ। ଭିଟାମିନ ଡି ମାତ୍ର ବଢିବା ଦ୍ୱାରା ମଧ୍ୟ ଏପରି ହୋଇଥାଏ।

ଈଷତ ଗୋଲାପୀ ପରିସ୍ରା : ପରିସ୍ରା ନାଲି କିମ୍ବା ଗୋଲାପୀ ହେବା ଏହା ଉପରେ ନିର୍ଭର କରିଥାଏ ଯେ ଆପଣ କଣ ଖାଇଛନ୍ତି। ତା ସହିତ ଏଭଳି ରଙ୍ଗ ଅନେକ ରୋଗର ଲକ୍ଷଣ ମଧ୍ୟ ହୋଇଥାଏ।ଯେପରିକି ପ୍ରୋଟେଷ୍ଟ, କିଡ୍ନୀ ଷ୍ଟୋନ, ବ୍ଲାଡର କିମ୍ବା କିଡ୍ନୀ ରେ କୌଣସି ସମସ୍ୟା।

ନାରଙ୍ଗୀ ରଙ୍ଗର ପରିସ୍ରା : ନାରଙ୍ଗୀ ରଙ୍ଗର ପରିସ୍ରା ଶରୀରରେ ଡି ହାଇଡ୍ରେସନ ର ସଂକେତ ଦେଇଥାଏ। ଜଣ୍ଡିସ ହେବା ଦ୍ୱାରା ମଧ୍ୟ ପରିସ୍ରା ର ରଙ୍ଗ ହଳଦିଆ ହୋଇଥାଏ। ତେଣୁ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରିବା ଉଚିତ।

ନୀଳ ରଙ୍ଗର ପରିସ୍ରା : କିଛି ଔଷଧ ରେ ମେଥିଲିନ ବ୍ଲୁ ନାମକ ଗୋଟିଏ ଡ଼ାଈ ବ୍ୟବହାର ହୋଇଥାଏ ଯାହାକୁ ଖାଇବା ଦ୍ୱାରା ପରିସ୍ରାର ରଙ୍ଗ ବ୍ଲୁ ରଙ୍ଗର ହୋଇଥାଏ।ଏପରି ରଙ୍ଗର ପରିସ୍ରା କିଡ୍ନୀ ଓ ବ୍ଲାଡର ଆଡକୁ ମଧ୍ୟ ସଂକେତ ଦେଇଥାଏ।ଯାହାକୁ ଆପଣ ଅଣଦେଖା କରିବା ଉଚିତ ନୁହେଁ।

ଫେଣ ଯୁକ୍ତ ପରିସ୍ରା : ଫେଣ ଯୁକ୍ତ ପରିସ୍ରା ପେଟ ଅନ୍ତ କୋଷରେ ଅସୁବିଧା,ଗ୍ୟାସ,ଏସିଡ଼ିଟି,ପାଚନ ପ୍ରକ୍ରିୟା ରେ ଅସୁବିଧା କାରଣରୁ ହୋଇଥାଏ।ତେଣୁ ଡାକ୍ତରଙ୍କୁ ପରାମର୍ଶ କରିବା ଆବଶ୍ୟକ।

Spread the love