ଋଷଭ ସୁସ୍ଥ ହେଉଥିବାର ଫଟୋ ଦେଖି ଏଭଳି ପ୍ରତିକ୍ରିୟା ରଖିଲେ ଉର୍ବଶୀ

ନୂଆଦିଲ୍ଳୀ: ଟିମ୍‌ ଇଣ୍ଡିଆର ୱିକେଟ୍‌ କିପର୍‌ ଋଷଭ ପନ୍ଥଙ୍କ ଦୁର୍ଘଟଣା ପରେ ସେ ଖେଳାଖେଳିରୁ ନିଜକୁ ଦୂରେଇ ରଖିଛନ୍ତି। ଗତ ମାସରେ ତାଙ୍କର କୋକିଲାବେନ୍‌ ହସ୍ପିଟାଲ୍‌ରେ ସର୍ଜରୀ ହୋଇଥିଲା। କିଛି ଦିନ ତଳେ ସର୍ଜରୀ ପରେ ପନ୍ଥ ସୋସିଆଲ୍‌ ମିଡିଆରେ ନିଜର ପ୍ରଥମ ଫଟୋ ସେୟାର କରିଥିଲେ। ଫ‌ଟୋରେ ସେ ଆଶାବାଡ଼ି ସାହାରାରେ ଚାଲୁଥିବାର ନଜର ଆସିଥିଲେ। ତାଙ୍କ ପାଦରେ ପ୍ଲାଷ୍ଟର୍‌ ହୋଇଥିବା ବି ଦେଖାଯାଇଥିଲା।

ଋଷଭଙ୍କ ଏହି ଫଟୋ ଉପରେ ଏବେ ତାଙ୍କ ପୂର୍ବ ପ୍ରେମିକା ତଥା ବଲିଉଡ ଅଭିନେତ୍ରୀ ଉର୍ବଶୀ ରାଉତେଲାଙ୍କୁ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ବିମାନବନ୍ଦରରେ କିଛି ଫଟୋଗ୍ରାଫରମାନେ ତାଙ୍କର ଫଟୋ  ଉଠାଇବା ସହ ପନ୍ତଙ୍କ ପୋଷ୍ଟକୁ ନେଇ ପ୍ରଶ୍ନ କରିଥିଲେ। ଉତ୍ତରରେ ଉର୍ବଶୀ କହିଥିଲେ, ପନ୍ତ ହେଉଛନ୍ତି ଆମ ଦେଶର ଐତିହ୍ୟ। ସେ ଭାରତର ଗର୍ବ। ମୋର ପ୍ରାର୍ଥନା ତାଙ୍କ ସହିତ ଅଛି।ଋଷଭ ଯେତେବେଳେ ଚିକିତ୍ସିତ ହେଉଥିଲେ ସେତେବେଳେ ମଧ୍ୟ ଅଭିନେତ୍ରୀ ଡାକ୍ତରଖାନାର ଫଟୋ ସେୟାର କରି ଲେଖିଥିଲେ – ମୁଁ ପ୍ରାର୍ଥନା କରୁଛି। ତାଙ୍କର ଏହି ଇନଷ୍ଟା ଷ୍ଟୋରୀକୁ ନେଇ ସୋସିଆଲ ମିଡିଆ ବ୍ୟବହାରକାରୀ ତାଙ୍କୁ ଟ୍ରୋଲ କରିଥିବା ଦେଖାଯାଇଥିଲା।ତେବେ ସୁସ୍ଥ ହେଉଥିବାର ଫଟୋ ପନ୍ଥ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ସେୟାର କରି ଲେଖିଥିଲେ, ‘ଏକ ପାଦ ଆଗକୁ, ଏକ ପାଦ ମଜବୁ୍ତ୍‌, ଏକ ପାଦ ଉତ୍ତମ।’ ପନ୍ଥଙ୍କ ଏହି ପୋଷ୍ଟ୍‌ରେ ସେ ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି ପ୍ରଶଂସକ ଶୁଭେଚ୍ଛା ଦେଇଥିଲେ।

Spread the love