ଆମେରିକା ନିର୍ବାଚନ: ଟ୍ରମ୍ପଙ୍କୁ ଟାର୍ଗେଟ କଲେ ଓବାମା

ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଟ୍ରମ୍ପଙ୍କୁ ଟାର୍ଗେଟ କରିଛନ୍ତି। ଓବାମା କହିଛନ୍ତି ଟ୍ରମ୍ପ ଆମେରିକାବାସୀଙ୍କୁ ରକ୍ଷା କରିବା ଦିଗରେ କୌଣସି ଠୋସ ପଦକ୍ଷେପ ନେଇ ନାହାନ୍ତି। ଓବାମା କହିଛନ୍ତି କରୋନା ମହାମାରୀ ଉପରେ ଟ୍ରମ୍ପ ଗତ ୮ ମାସ ହେବ କିଛି କରିନାହାନ୍ତି ଯେତେବେଳେ, ଏବେ ସେ ଆମେରିକାବାସୀଙ୍କ ପାଇଁ ଅଚାନକ ଚିନ୍ତା କରିବାକୁ ଲାଗିଲେ। ବାରାକ ଓବାମା ପ୍ରଥମରୁ ଘୋଷଣା କରିଥିଲେ ଯେ ସେ ଡେମୋକ୍ରେଟିକ ପାର୍ଥୀ ଜୋ ବିଡେନଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେ।

ଫିଲାଡେଲଫିଆରେ ଲିଙ୍କନ ଫାଇନସିଆଲ ଫିଳ୍ଡ ବାହାରେ ଓବାମା କହିଛନ୍ତି କରୋନା ମହାମାରୀକୁ ଆଠ ମାସ ହୋଇଗଲାଣି। ତଥାପି ଆମେରିକାରେ ମାମଲା ବଢ଼ୁଛି। ଡୋନାଲ୍ଡ ଟ୍ରମ୍ପ ଅଚାନକ ସସମ୍ତଙ୍କୁ ରକ୍ଷା କରିବାକୁ ଯାଉ ନାହାନ୍ତି। ଏପରିକି ସେ ନିଜକୁ ରକ୍ଷା କରିବା ପାଇଁ ସାଧାରଣ ଷ୍ଟେପ୍ ଉଠାଇ ପାରୁ ନାହାନ୍ତି।

ଟ୍ରମ୍ପଙ୍କୁ କଟାକ୍ଷ କରି ସେ କହିଛନ୍ତି ଏହା କୌଣସି ରିୟଲିଟି ଶୋ’ ନୁହେଁ। ବରଂ ବାସ୍ତବିକତା। ଯେଉଁଥିରେ ଲୋକଙ୍କୁ ତାଙ୍କ ଦ୍ବାରା ନିଆଯାଇଥିବା ଫଇସଲା ଦ୍ବାରା ଜିଇବାକୁ ହେବ। ଟ୍ରମ୍ପ ଅନ୍ୟ ଲୋକଙ୍କୁ କ୍ରୁର, ବିଭାଜନକାରୀ ଓ ନକ୍ସଲବାଦୀ ଭାବନ୍ତି। ଏହା ଆମ ସମାଜ ଓ ପିଲାଙ୍କ ଭବିଷ୍ୟତକୁ ଦେଖିବାର ତରିକାକୁ ପ୍ରଭାବିତ କରିଥାଏ। ଏହା ସେହି ତରିକାକୁ ପ୍ରଭାବିତ କରେ ଯାହା ଆମ ପରିବାରକୁ ମିଳିଥାଏ।

ଅନ୍ୟପକ୍ଷେ ଟ୍ରମ୍ପ ମଧ୍ୟ ଓବାମାଙ୍କୁ ଟାର୍ଗେଟ କରିଥିଲେ। ସେ କିଛି ଦିନ ତଳେ କହିଥିଲେ ଓବାମା ପ୍ରଭାବଶାଳୀ ପ୍ରଚାରକ ନୁହନ୍ତି। ଯଦି ସେ ଜୋ ବିଡେନଙ୍କ ପାଇଁ ପ୍ରଚାର କରୁଛନ୍ତି ତାହେଲେ ଭଲ ଖବର। କାରଣ ୨୦୧୬ରେ ଭଲ କାମ କରି ନ ଥିଲେ ଓବାମା। ସେଥିପାଇଁ ଟ୍ରମ୍ପ ରାଷ୍ଟ୍ରପତି ଥିବା କହିଛନ୍ତି। ଓବାମା ବିଡେନ ଓ କମଲା ହାରିସଙ୍କ ପାଇଁ ଅନଲାଇନ ପ୍ରଚାରରେ ମଧ୍ୟ ଲାଗିଥିଲେ।

Spread the love