ବିମାନ ଦୁର୍ଘଟଣାରେ ୧୦ ମୃତ

ଆମେରିକାରେ ଏକ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ଏହି ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ରବିବାର ଆମେରିକୀୟ ରାଜ୍ୟ ଟେକ୍ସସାସର ଏକ ସ୍ଥାନୀୟ ବିମାନବନ୍ଦରର ହ୍ୟାଙ୍ଗର ସହିତ ଘରୋଇ ବିମାନ ଧକ୍କା ଦେଇଥିଲା । 

ବିଚକ୍ରାଫ୍ଟ କିଙ୍ଗ ଏୟାର ୩୫୦ ଆଡିଶନ ମୁନିସିପାଲ ଏୟାରପୋର୍ଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଆଡିସନ ସହରର ମୁଖପାତ୍ର ମେରି ରୋଜବ୍ଲିଥ କହିଛନ୍ତି ବିମାନ ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି । ସେ କହିଛନ୍ତି, ଦୁର୍ଘଟଣା ସମୟରେ ହ୍ୟାଙ୍ଗରରେ କେହି ନଥିଲେ । ଏହି ଘଟଣାକୁ ନେଇ ଏୟାରପୋର୍ଟ ପୋଲିସ ତଦନ୍ତ କରୁଛି । ବୋଲି ସେ କହିଛନ୍ତି । 

ବିମାନରେ ୨ଟି ଇଞ୍ଜିନ ଥିଲା । ଏଥିରୁ ଗୋଟିଏ ଅଚାନକ ଖରାପ ହେବା ପରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ସ୍ଥାନୀୟ ଗଣମାଧ୍ୟମ କହିଛି । ଅନ୍ୟପଟରେ ବିମାନରେ ସମୁଦାୟ କେତେ ଜଣ ଯାତ୍ରୀ ଥିଲେ ତାହା ଜଣାପଡ଼ି ନାହିଁ । 

Spread the love