ୟୁଏସଏ କ୍ଲାଇମେଟ କଣ୍ଟ୍ରି ମ୍ୟାନେଜରଙ୍କ ଓଡିଶା ପରିଦର୍ଶନ

ୟୁଏସଏର କ୍ଲାଇମେଟ କଣ୍ଟ୍ରି  ମ୍ୟାନେଜର ଆଦିତ୍ୟ ପୁନ୍ଦିର ଓଡିଶା ଗସ୍ତରେ ଆସି ଜଳବାୟୁ ଉପରେ ସମିକ୍ଷା କରିଛନ୍ତି । ଓଡିଶାର ଜଳବାୟୁ ପରିବର୍ତ୍ତନ ଓ ବଢୁଥିବା ପ୍ରଦ୍ୟୁଷଣ ଉପରେ ସେ ତଥ୍ୟ ସଂଗ୍ରହ କରିବାସହ ଆ୍ରଲୋଚନା କରିଥିଲେ । ଫେବୃଆରୀ 2ରୁ 5 ତାରିଖ ପର୍ଯ୍ୟଟନ ସେ ଓଡିଶାରେ ଥିଲେ ।  ଟିସିଆରପିର ପୂର୍ବତନ ଭାଇସ ପ୍ରେସିଡେଣ୍ଟ ଅଲଗୋରଙ୍କ ତତ୍ବାବଧାନରେ ଏହି କାର୍ଯ୍ୟକ୍ରମ ହୋଇଥିଲା ।

ଓଡିଶା  ଷ୍ଟେଟ କ୍ଲାଇମେଟ ମ୍ୟାନେଜର ପ୍ରଫୁଲକୁମାର ଧଳ  ଉପସ୍ଥିତ  ରହି ଶିକ୍ଷାବିତଙ୍କ ସହ ଆଲୋଚନା  କରିଥିଲେ । ଓଡିଶାରେ ବଢୁଥିବା ବାୟୁ ପ୍ରଦ୍ୟୁଷଣ ଉପରେ କଣ ପଦକ୍ଷେପ ନେଇ ହେବ ସେ ନେଇ ଏଠାରେ ଆଲୋଚନା ହୋଇଥିବା ଶ୍ରୀ ଧଳ କହିଛନ୍ତି । ଭବିଷ୍ୟତରେ ଟିସିଆରପି ୟୁଏସଏ ନେଟଓ୍ବାର୍କ ଏହି ପ୍ରୋଜେକ୍ଟ ଉପରେ କାମ କରିବେ ବୋଲି ପ୍ରକାଶ । ପୃଥିବୀରେ  ବଢୁଥିବା ବାୟୁ ପ୍ରଦ୍ୟୁଷଣ ସମାଜର ବିନାସର କାରଣ ହେବାକୁ ଯାଉଛି । ତେଣୁ ବାୟୁ ପ୍ରଦ୍ୟୁଷଣକୁ ରୋକିବା ସବୁ ଦେଶ ସହାୟତା କରିବା ନିହାତି ଜରୁରୀ ହୋଇପଡିଛି ବୋଲି ଏଠାରେ କୁହାଯାଇଥିଲା । 

Spread the love