କ୍ରିକେଟ ମ୍ୟାଚ ଉଦଘାଟନ ସହ ଯୋଗାଭ୍ୟାସ କଲେ ଉଷା ବାଜପାୟୀ

ଗତ କାଲି ବିଜେପିର ମହାନଦୀ ମଣ୍ଡଳ ଜଗତପୁରସ୍ଥିତ ୱାର୍ଡନମ୍ବର 49 ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ଶ୍ରୀମତୀ ଉଷା ବାଜପାୟୀଙ୍କ କଟକ ନଗର ମାନେ ଯୋଗାଭ୍ୟାସ କରିଥିଲେ। ଏହାପରେ କଲେଜ ଛକ ଠାରେ ନୂତନ ଭୋଟର ଙ୍କୁ ସମ୍ପର୍କ ସହ ଏକ ରେଳ ପଡିଆରେ କ୍ରିକେଟ ମ୍ୟାଚ ଉଦଘାଟନ କରିଥିଲେ। ସନ୍ତୋଷୀ ଚୌଧୁରୀ ଓ ସୁଚିତ୍ରା ସେନାପତିଙ୍କ ନେତୃତ୍ୱରେ କାଠଗଡା ସାହି ରେ ଏସ ଏଚ ଜି ଗ୍ରୁପ ଗୁଡିକ ସହ ତାଙ୍କ ସମସ୍ୟାର ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ। ବଜାର ଯାଇ କଟକ ପ୍ରସିଦ୍ଧ ତାରକାସି କାର୍ଯ୍ୟ ଦେଖିଥିଲେ ଓ ଅତ୍ୟନ୍ତ ଖୁସିରେ କିଣା କିଣି ମଧ୍ୟ କରିଥିଲେ। ମଧ୍ୟାହ୍ନ ରେ ବିଜେପିର ଆଦିବାସୀ ନେତ୍ରୀ ଶ୍ରୀମତୀ ବାଂଗାଲି ହେମ୍ବ୍ରମ ଘରେ ଏକ ସମୂହ ଭୋଜନରେ ଯୋଗଦେଇ, ବହୁ ମୌଳିକ ଅଭାବ ଅସୁବିଧା ଭିତରେ ଥିବା ସେଠାକାର ବାସିନ୍ଦାଙ୍କ ସହ ଆଲୋଚନା କରିଥିଲେ ।

ସନ୍ଧ୍ୟାରେ ବିଡାନାସିରେ ନୂତନ ଭୋଟର ସମ୍ପର୍କ କରିଥିଲେ. ସନ୍ଧ୍ୟାରେ ନୌବାଣିଜ୍ୟ ସଂଗ୍ରହାଳୟ ବୁଲି ଦେଖିଥିଲେ। କାର୍ଯ୍ୟକ୍ରମ ଗୁଡିକରେ ଜିଲ୍ଲା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ପ୍ରବୀଣା ମହାପାତ୍ର,କଟକ ନଗର ସଭାପତି ଲଲାଟେନ୍ଦୁ ବଡୁ, ବରିଷ୍ଠ ନେତା ନୟନ କିଶୋର ମହାନ୍ତି, ଦିଲ୍ଲୀପ କୁମାର ମଲ୍ଲିକ, ଗୀତା ଦାସ,ଅମ୍ବିକା ଦାସ,ମନୋରମା ରାଉତ,ସଂଯୁକ୍ତା ମିଶ୍ର,ମନମୋହନ ଉପାଧ୍ୟାୟ, ନିତାଇ ନନ୍ଦ, ସ୍ଵର୍ଣ୍ଣଲତା ସେଠି,ବ୍ରଜକିଶୋର ସାହୁ, ନିତାଈଗୋର ମହାନ୍ତି, ସୁରେଶ ଜେନା, ନିବାସ ରାଉତ, ସୁଜାତା ଭରଦ୍ୱାଜ, ରତନ ମହାନ୍ତି, ସୁବାଷ ମହାନ୍ତି, ବ୍ରହ୍ମାନନ୍ଦ ବେହେରା,ଅନୁପମ ଦାସ, ଅଳକା ମହାନ୍ତି,ସାଗରୀକା ମୁଦୁଲି, ପାର୍ବତୀ ଘଡେଇ,ପ୍ରତିମା ସ୍ୱାଇଁ,କ୍ରିଷ୍ନା ଭୋଳ, ଅନିତା ବିଶ୍ୱାଳ, ପୁଷ୍ପଲତା ଲେଙ୍କା ପ୍ରଭୃତି ଉପସ୍ଥିତ ଥିଲେ।ଶ୍ରୀମତୀ ବାଜପାୟୀ ବିଭିନ୍ନ ସ୍ଥାନରେ ଉଦବୋଧନ ବେଳେ ମହିଳା ସଶକ୍ତିକରଣ ଉପରେ ଜୋର ଦେଇ ସମାଜର ବିଭିନ୍ନ ଅବହେଳିତ ବର୍ଗର ଲୋକଙ୍କ ସାମାଜିକ, ନୈତିକ ଓ ଆର୍ଥିକ ଉତ୍ଥାନ ପାଇଁ ମହିଳା କାର୍ଯ୍ୟକର୍ତା ମାନେ ଅଧିକ ପରିଶ୍ରମ ଓ ସମୟ ଦେଇ ଆଗାମୀ ନିର୍ବାଚନ ରେ ଭାଜପାକୁ ନିଶ୍ଚିତ ବିଜୟ ଲକ୍ଷ୍ୟ ରେ ପହଞ୍ଚାଇବାକୁ ନିବେଦନ କରିଥିଲେ।

Spread the love