ଆଲୁମିନିୟମ ଫଏଲ ବ୍ୟବହାର କଲେ ହୋଇପାରେ ରୋଗ

ଆଲୁମିନିୟମ ଫଏଲ ବ୍ୟବହାର ଦ୍ବାରା ଆପଣମାନଙ୍କୁ ହୋଇପାରେ କ୍ଷତି । ସାଧାରଣତଃ ଆମେ ଖାଦ୍ୟ ପ୍ୟାକ କରିବା ପାଇଁ ଏହାକୁ ବ୍ୟବହାର କରିଥାଉ । ପିଲାମାନଙ୍କୁ ତାଙ୍କ ମା ମାନେ ଆଲୁମିନିୟମ ଫଏଲରେ ଖାଦ୍ୟ ପ୍ୟାକ କରି ଦିଅନ୍ତି । ଦୋକାନରେ ମଧ୍ୟ ଦୋକାନୀ ଖାଦ୍ୟକୁ ଆଲୁମିନିୟମ ଫଏଲରେ ବାନ୍ଧି ଦିଅନ୍ତି । ଏହା ବହୁଳ ଭାବରେ ବ୍ୟବହାର ହୋଇଥାଏ କାରଣ ଏହାର ବ୍ୟବହାର ଦ୍ବାରା ଖାଦ୍ୟ ଅଧିକା ସମୟ ପର୍ଯ୍ୟନ୍ତ ଗରମ ରହିଥାଏ ।

ଆସନ୍ତୁ ଜାଣିବା ଏହା ଆମ ଶରୀରକୁ କେତେ କ୍ଷତି ପହଁଚାଏ

ଲୋକମାନେ ଖାଦ୍ୟକୁ ଗରମ ରଖିବାକୁ ଆଲୁମିନିୟମର ବ୍ୟବହାର କରିଥାନ୍ତି । କାରଣ ଆଲୁମିନିୟମ ଫଏଲରେ ପ୍ୟାକ କଲେ ଖାଦ୍ୟ ଅଧିକା ସମୟ ଗରମ ହୋଇ ରହିଥାଏ । ସେଥିପାଇଁ ଲୋକେ ଖାଦ୍ୟକୁ ଆଲୁମିନିୟମ ଫଏଲରେ ପ୍ୟାକ କରିଥାନ୍ତି । ତେବେ ଆପଣ ଜାଣିଛନ୍ତି କି ଅଧିକା ଗରମ ଖାଦ୍ୟକୁ ଆଲୁମିନିୟମ ଫଏଲରେ ପ୍ୟାକ ରଖିଲେ ତାହା ତରଳି ଥାଏ । ପରେ ଖାଦ୍ୟ ମାଧ୍ୟମରେ ଆମ ଶରୀରକୁ ଯାଇ ଆମ ଶରୀରରେ କ୍ଷତି ପହଁଚାଇ ଥାଏ । ତେବେ ଆସନ୍ତୁ ଜାଣିବା ସେହି ଖାଦ୍ୟ ଆମ ଶରୀରକୁ ଯାଇ ଆମ ଶରୀରରେ କି ପ୍ରକାରର ରୋଗ କରାଇଥାଏ ।

ଗରମ ଖାଦ୍ୟ ଆଲୁମିନିୟମ ଫଏଲରେ ପ୍ୟାକ କଲେ ଆମ ଶରୀରରେ ଡିମେନସିଆ ପରି ସମସ୍ୟା ଦେଖାଯିବାର ଆସଙ୍କା ଥାଏ ।

ସବୁବେଳେ ଫଏଲ ପ୍ୟାକ ଖାଦ୍ୟ ଖାଇବା ଦ୍ବାରା ଆଲଝପାଇମର ଶିକାର ହୋଇପାରନ୍ତି । ଏହି ରୋଗ ହେବା ଦ୍ବାରା ବ୍ୟକ୍ତି ପ୍ରାୟ କଥା ସବୁ ଭୁଲି ଯାଆନ୍ତି ।

ବାରମ୍ବର ଏହିପରି ଖାଦ୍ୟ ଖାଇବା ଦ୍ବାରା ପୁରୁଷ ମାନଙ୍କର ପ୍ରଜନନ୍ନ କ୍ଷମତା କମି ଯାଇଥାଏ । ଏହା ସହିତ ଆମ ଶରୀରର ହାଡ ଗୋଡ ମଧ୍ୟ ଦୁର୍ବଳ ହୋଇଯାଇଥାଏ । ଏବଂ କିଡୀନ ରୋଗ ମଧ୍ୟ ଦେଖାଯାଇଥାଏ ।

ସବୁବେଳେ ଏହି ଫଏଲ ପ୍ୟାକ ଖାଦ୍ୟ ଖାଇବା ଦ୍ବାରା ହାନିକାରକ ତତ୍ତ୍ବ ଏକାଠି ହୋଇ ଆମ ଶରୀରରେ ଆସ୍ଥାମା ,ଲିଭର ଏବଂ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ  ଦୁର୍ବଳ କରାଇଥାଏ ।

ଆମେ ଫଏଲ ପରିବର୍ତ୍ତେ ଯଦି ଏୟାର ଟାଇଟ କଣ୍ଟେନର ବ୍ୟବହାର କରିପାରିବା । ଏଥି ସହିତ କାଚ କଣ୍ଚେନର ମଧ୍ୟ ବ୍ୟବହାର କରିପାରିବା । ଏଥିରେ ଖାଦ୍ୟ ଗରମ ରହିବା ସହିତ ଆମ ଶରୀର ପାଇଁ ମଧ୍ୟ ଭଲ ।

Spread the love