ଉଠାଦୋକାନ ମାର୍କେଟ ବିଲ୍ଡିଂରୁ ହଟିବ

ଭୁବନେଶ୍ୱର: ମାର୍କେଟ ବିଲ୍ଡିଂରୁ ହଟିବଉଠାଦୋକାନ। ବୁଲିବ ବୁଲଡୋଜର। ରାସ୍ତ କଡ ଦୋକାନ ଓ ଡ୍ରେନ ବିଏମସିଙ୍କ ନଜରକୁ ଆସିବା ପରେ ସେ ଏହି ଜବରଦଖଲ ତତ୍କାଳ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସକାଳୁ ରାତି ଯାଏ ସବୁ ଗଳି ରାସ୍ତାରେ ଅସମ୍ଭାଳ ଭିଡ ହେଉଛି। ରାତି ବେଳା ରାସ୍ତା ଉପରେ କୁଢ଼ କୁଢ଼ ଅଳିଆ ଗଦା ହେଉଛି। ବିଭାଗୀୟ ଏନଫୋର୍ସମେଣ୍ଟ ଟିମ ମଙ୍ଗଳବାର ସନ୍ଧ୍ୟାରେ ଏହି ନିର୍ଦ୍ଦେଶନାମା ଧରି ସବୁ ଦୋକନକୁ ବନ୍ଦ କରିଛି।

ବୁଧବାର ୧୦୦ରୁ ଅଧିକ ଦୋକାନ ଉଚ୍ଛେଦ ହେବ ବୋଲି ସୂଚନା ମିଳିଛି। ଜବରଦଖଲ କରିଥିବା ଦୋକନଗୁଡିକ ଚିହ୍ନଟ ପାଇଁ ବିଏମସି ଏନଫୋର୍ସମେଣ୍ଟ ଟିମ ମାର୍କେଟ ବିଲ୍ଡିଂ ପହଞ୍ଚିଥିଲା। ଟିମ ଏକାଧିକ ଦୋକାନର କାଗଜପତ୍ର ଯାଞ୍ଚ କରିଛି। ପ୍ରାୟ ୧୦୦ ଦୋକାନକୁ ବନ୍ଦ କରାଯାଇଛି। ଦୋକାନ ବନ୍ଦକୁ ନେଇ ବ୍ୟବସାୟୀମାନେ ଆପତ୍ତି ଉଠାଇଥିଲେ। କୋର୍ଟରେ କେସ ଥିବା କହି କାଗଜପତ୍ର ଦେଖାଇଥିଲେ। ବିଏମସି ଯାଞ୍ଚ କରିବା ପରେ ଏହାର ସତ୍ୟତା ନଥିବା ଜାଣିବାକୁ ପାଇଛି।

Spread the love