ଉତ୍କଳ ଦିବସର ଐତିହ୍ୟ ସମ୍ପର୍କରେ ଜାଣନ୍ତୁ କିଛି ରୋଚକ ତଥ୍ୟ
ଉତ୍କଳ ଅର୍ଥାତ୍ ଉକୃଷ୍ଟ କଳାର ଦେଶ । ବିଶ୍ୱରେ, କେଉଁଠାରେ ବି ଏପରି ମନମୁଗ୍ଧକର ସୌନ୍ଦର୍ଯ୍ୟମୟୀ କଳା, ଭାଷା,ସଂସ୍କୃତି ତଥା ସାମାଜିକ ମୂଲ୍ୟବୋଧ ଭଳି ଅନେକ ବୈଶିଷ୍ଟ୍ୟତାର ସମିଶ୍ରଣ ଦେବାକୁ ମିଳିବ ନାହିଁ ଯାହା କେବଳ ଓଡ଼ିଶାରେ ଅନୁଭୂତ । ତେବେ ଏହାକୁ ମନେରଖୁବା ପାଇଁ ଏପ୍ରିଲ ୧କୁ ଉତ୍କଳ ଦିବସ ରୂପେ ପାଳନ କରିବା ହେଉଛି ପ୍ରତ୍ୟେକ ଓଡ଼ିଆ ପାଇଁ ଗୌରବର ବିଷୟ । ଅତୀତର ମହାନାୟକ, ସେନାନାୟକ ଏବଂ ଚିନ୍ତାନାୟକମାନଙ୍କ ଅବଦାନକୁ ମନେ ପକାଇବା ପାଇଁ ଏହି ଦିବସଟି ଉତ୍ସର୍ଗୀକୃତ । ୧୫୫୮ ମସିହାର କଥା, ଓଡ଼ିଶାର ଶେଷ ସ୍ୱାଧୀନ ରାଜ୍ୟ ତେଲେଙ୍ଗା ମୁକୁନ୍ଦଦେବ ଗୋହିରାଟିକିରି ଯୁଦ୍ଧରେ ପରାସ୍ତ ହେଲେ । ସେହିଦିନ ଓଡ଼ିଶାର ସ୍ବାଧୀନ ସୂର୍ଯ୍ୟ ଅସୁମିତ ହୋଇଗଲା । ଓଡ଼ିଆମାନେ ସୁଦୀର୍ଘ ୨୯୦ ବର୍ଷ ଆଫଗାନ, ମୋଗଲ, ମରହଟ୍ଟା ଓ ଇଂରେଜ ମାନଙ୍କଦ୍ଵାରା ପରାଧୁନ ବେଡ଼ିରେ ଆବଦ୍ଧ ହେଲେ । ଦୀର୍ଘଦିନ ଧରି ରାଜତନ୍ଧର ଚକ ତଳେ ଦଳିତ ଏବଂ ନିର୍ଦ୍ଧ୍ଵସିତ ହୋଇ ଆସୁଥିବା ପ୍ରଜାମାନେ ସ୍ବାଧୀନତାର ସ୍ଵାଦୁ ଉପଲବ୍ଧି କରିଥିଲେ ୧୯୩୬ ମସିହା ଏପ୍ରିଲ ପହିଲା ଦିନ । ଶାସକ ଓ ଶାସିତ ମଧ୍ୟରେ ଥିବା ଭେଦଭାବର ପ୍ରାଚୀର ଭାଙ୍ଗିଯାଇଥିଲା । ଉତ୍କଳ ଜନନୀର ସନ୍ତାନ ରୂପେ ସମସ୍ତେ ନିଜକୁ ଗର୍ବିତ ଏବଂ ଗୌରବାନ୍ବିତ ମନେକରିଥିଲେ। ଆଜକୁ ୮୪ ବର୍ଷ ତଳେ ଆମ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ହୋଇଥିଲା । ଓଡ଼ିଶା ଥିଲା ଭାରତର ଏକାଦଶ ସ୍ବତନ୍ତ୍ର ରାଜ୍ୟ । ସାରା ଭାରତରେ ଓଡ଼ିଶା ସର୍ବପ୍ରଥମ ଭାଷା ଭିତ୍ତିକ ରାଜ୍ୟ ହେଲା । ବାସ୍ତୁବିକ ଗଡ଼ଜାତ ରାଜ୍ୟଗୁଡ଼ିକର ମିଶ୍ରଣର ସ୍ମୃତି ପ୍ରତ୍ୟେକ ଓଡ଼ିଆମାନଙ୍କୁ ଆନନ୍ଦବିଭୋର କରିଥିଲା ସେଦିନ । ପଣ୍ଡିତ ଗୋପବନ୍ଧୁ ଦାସ ଉତ୍କଳର ମାହାନ୍ୟ ବର୍ଣ୍ଣନା କରିବାକୁ ଯାଇ ଗାଇଉଠିଲେ-
ଜଗତେ ସରସ ଭାରତ କମଳ,
“ତା’ ମଧେ କେଶର ପୁଣ୍ୟ ନିଳାଚଳ,
ଥୁଲେ ଯହିଁ ତହିଁ ଭାରତ ବକ୍ଷରେ
ମଣିବି ମୁଁ ଅଛି ଆପଣ କକ୍ଷରେ ।”
ଉତ୍କଳ ପ୍ରଦେଶ ଗଠନରେ ଯେଉଁ ବରପୁତ୍ର ମାନଙ୍କ ଅବଦାନ ରହିଛି, ସେମାନଙ୍କ ମଧ୍ୟରୁ ଉତ୍କଳ ଗୌରବ କୁଳବୃଦ୍ଧ ମଧୁସୂଦନ ଦାସ ଥିଲେ ଅନ୍ୟତମ । ସେ ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା ମାଧ୍ୟମରେ ଓଡ଼ିଆମାନଙ୍କୁ ଏକଜୁଟକରି ସ୍ବତନ୍ତ୍ର ଉତ୍କଳପ୍ରଦେଶ ଗଠନ ନିମିତ୍ତ ଆନ୍ଦୋଳନ କରିଥିଲେ । ଏହି ଆନ୍ଦୋଳନକୁ ଓଡ଼ିଶାର ବହୁଯୋଗଜନ୍ମା ବରପୁତ୍ର ପରିପୃଷ୍ଠ କରାଇଥିଲେ ସେମାନଙ୍କ ମଧ୍ୟରେ କୃଷ୍ଣଚନ୍ଦ୍ର ଗଜପତି, ଗୌରୀଶଙ୍କର ରାୟ,ଫକୀରମୋହନ ସେନାପତି, ଗୋଦାବରୀଶ ମିଶ୍ର ଆଦି ପ୍ରଧାନ । କିନ୍ତୁ ଦୁଃଖର ସହିତ କହିବାକୁ ପଡୁଛି ଆମେ ଅନ୍ୟ ରାଜ୍ୟ ଅପେକ୍ଷା ବର୍ତ୍ତମାନ ବହୁତ ପଛରେ ପଡ଼ିରହିଛୁ । ସବୁ ଥାଇ ଆଜି ଆମେ ଗରିବ, ଭୋକିଲା ଓ ପଛୁଆ ଆଜିର ଏହି ପବିତ୍ର ଉତ୍କଳ ଦିବସ ଅବସରରେ ଆମେ ଶପଥ ନେବା ଉତ୍କଳକୁ ସର୍ବଶ୍ରେଷ୍ଠ ରାଜ୍ୟ ରୂପେ ଗଢ଼ିବା, ନିଜର ରକ୍ତ ଦେଇ ଉତ୍କଳ ମାତାର ସେବା କରିବା। ମାତୃଭୂମିକୁ ଭଲ ପାଇବା ମାତୃଭାଷାକୁ ଉଚ୍ଚରେ ରଖୁବା । ଓଡ଼ିଶା ପାଇଁକିଛି ଭାବିବା କିଛି କରିବା ତା’ ହେଲେ ଆଜି ଦିନର ତାତ୍ପର୍ଯ୍ୟ ରହିବ ।
ଶଶୀକଳା ପ୍ରଧାନ, ଘାସୁଆ