ଓଡ଼ିଶା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଆଉ ୬ ମାସ ବଢ଼ାଇଲେ ଅତିରିକ୍ତ ଚାଉଳ ବଣ୍ଟନ

ଓଡ଼ିଶା ଦିବସରେ ଓଡ଼ିଶାବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ପାଇଁ  ଆଉ ୬ ମାସ ବଢ଼ିଲା ଅତିରିକ୍ତ ଚାଉଳ ବଣ୍ଟନ। ଖାଦ୍ୟସୁରକ୍ଷା ହିତାଧିକାରୀଙ୍କୁ ମାସକୁ ୫ କେଜି ମାଗଣା ଚାଉଳ ମିଳିବ। ଆସନ୍ତା ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ଚାଉଳ ମିଳିବ।  ଏହାଦ୍ୱାରା ରାଜ୍ୟର ୮ ଲକ୍ଷ ୯ ହଜାର ହିତାଧିକାରୀ ଉପକୃତ । ୬ ମାସ ଅତିରିକ୍ତ ଚାଉଳ ବଣ୍ଟନ ହେବା ଦ୍ୱାରା ରାଜ୍ୟ ସରକାର ୯୧ କୋଟି ୭୦ ଲକ୍ଷ ଟଙ୍କା ବହନ କରିବେ ।

Spread the love