ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ଅମର ଆତ୍ମାର ସଦଗତି କାମନା କଲେ ଉତ୍କଳ ବିଶ୍ଵବିଦ୍ୟାଳୟ ବିଜୁ ଛାତ୍ର ଜନତା ଦଳ

ଲୁହ ଦେଇଗଲା ଲୌହ ଦାନବ। ବାଲେଶ୍ଵର ବାହାନଗା ଠାରେ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା କେବଳ ଓଡିଶା ନୁହେଁ ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଛି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ମୃତକଙ୍କ ର ଅମର ଆତ୍ମାର ସଦଗତି କାମନା କରିବା ସହିତ ଡାକ୍ତରଖାନାରେ ଚିକିତ୍ସିତ ଥିବା ସମସ୍ତ ଆହତ ଯାତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରି ଆଜି ଉତ୍କଳ ବିଶ୍ଵବିଦ୍ୟାଳୟ ବିଜୁ ଛାତ୍ର ଜନତା ଦଳ ତରଫରୁ ମା ସରସ୍ୱତୀଙ୍କ ନିକଟରେ ନିରବ ପ୍ରାର୍ଥନା କରାଯାଇଛି। ଏଥି ସହ ସାମୁହିକ ଦୀପଦାନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ଉପ ସଭାପତି ଅରୁପ ଶ୍ରୀଚନ୍ଦନ , ରାଜ୍ୟ ସମ୍ପାଦକ ଶ୍ରୀ ରଶ୍ମି ରଞ୍ଜନ ପରିଡ଼ା, ରାଜ୍ୟ ସାଧାରଣ ସମ୍ପାଦିକା ସୁଶ୍ରୀ ସିମରନ୍ ସିଂ ରାଜପୁତ ସମେତ ବିଶ୍ଵ ବିଦ୍ୟାଳୟର ଛାତ୍ର ନେତା ସନ୍ତୋଷ ମାଝୀ ରୁଦ୍ର ନାରାୟଣ ପଟ୍ଟନାୟକ ସମେତ ଶତାଧିକ ସଂଖ୍ୟାରେ ଦଳର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ ।

Spread the love