ଉତ୍ତରାଖଣ୍ଡରେ ଭାଙ୍ଗିଲା ଗ୍ଲାସିୟର, ୧୫୦ କର୍ମଚାରୀ ନିଖୋଜ

ଋଷିଗଙ୍ଗା ଜଳ ବିଦ୍ୟୁତ୍ ପ୍ରକଳ୍ପରେ କାର୍ଯ୍ୟ କରୁଥିବା ଅନେକ ଶ୍ରମିକ ନିଖୋଜ ହେବାର ଆଶଙ୍କା ରହିଛି। ଅଧିକାରୀ କହିଛନ୍ତି ଯେ ଉତ୍ତରାଖଣ୍ଡର ଧୌଲି ଗଙ୍ଗା ନଦୀରେ ପ୍ରବଳ ବନ୍ୟା ଆସିବା ପରେ ବିଦ୍ୟୁତ୍ ପ୍ରକଳ୍ପରେ କାର୍ଯ୍ୟ କରୁଥିବା ପ୍ରାୟ ୧୫୦ କର୍ମଚାରୀ ନିଖୋଜ ଅଛନ୍ତି। ଉତ୍ତରାଖଣ୍ଡ ଗ୍ଲେସିୟର ଭାଙ୍ଗିବା ଫଳରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତର ପ୍ରଦେଶ ସମ୍ବନ୍ଧିତ ବିଭାଗ ଓ ଅଧିକାରୀଙ୍କୁ ହାଇ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ପ୍ରବକ୍ତା କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ବିପର୍ଯ୍ୟୟ ପ୍ରଶମନ ବଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗଙ୍ଗା ନଦୀ କୂଳରେ ପଡୁଥିବା ସମସ୍ତ ଜିଲ୍ଲାର ଜିଲ୍ଲା ଅଧିକାରୀ ଓ ପୋଲିସ ଅଧିକ୍ଷକଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଡେରାଡୁନରେ ଉଚ୍ଚ ସ୍ଥରୀୟ ବୈଠକ ଡକାଯାଇଛି। ମୁଖ୍ୟ ସଚିବ ଓମ ପ୍ରକାଶଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀବୈଠକ ପାଇଁ ପହଞ୍ଚିଛନ୍ତି। ଗାଜିଆବାଦର ଏନଡିଆରଏଫର ୮ଟି ବାଟାଲିୟନ ଉତ୍ତରାଖଣ୍ଡ ଗସ୍ତରେ ଯାଇଛନ୍ତି। ଡଗ୍ ସ୍କ୍ୱାର୍ଡ ଟିମ ଅତ୍ୟାଧୁନିକ ଯନ୍ତ୍ରପାତି ସହ ୪୫ ଲୋକଙ୍କ ଟିମ ଉତ୍ତରାଖଣ୍ଡ ବାହାରିଛନ୍ତି।
ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ରାବତ ଟ୍ୱିଟ କରିଛନ୍ତି ଯେ, ନନ୍ଦପ୍ରୟାଗ ଆଗକୁ ଅଲକାନନ୍ଦ ନଦୀରେ ଜଳର ପ୍ରବାହ ସାମାନ୍ୟ ହୋଇଛି। ନଦୀର ଜଳସ୍ଥର ସାମାନ୍ୟରୁ ୧ ମିଟର ଉପରେ ରହିଛି। କିନ୍ତୁ ଜଳସ୍ରୋତ ସାମାନ୍ୟ ହେବାରେ ଲାଗିଛି। ରାଜ୍ୟର ମୁଖ୍ୟ ସଚିବ, ବିପର୍ଯ୍ୟୟ ସଚିବ, ପୋଲିସ ଅଧିକାରୀ ଏବଂ ମୋର ସମସ୍ତ ଦଳ ବିପର୍ଯ୍ୟୟ ନିୟନ୍ତ୍ରଣ ପ୍ରକୋଷ୍ଠରେ ପରିସ୍ଥିତି ଉପରେ ଲଗାତାର ନଜର ରଖିଛନ୍ତି।
ଚମୋଲୀରୁ ହରିଦ୍ୱାର ଯାଏଁ ଆଲର୍ଟ ଜାରି କରାଯାଇଛି। ଗଙ୍ଗା ଓ ସହାୟକ ନଦୀକୂଳର ସମସ୍ତ ରାସ୍ତା ବନ୍ଦ କରାଯାଇଛି। ଗଙ୍ଗା କୂଳରେ ସବୁ କ୍ୟାମ୍ପ ଖାଲି କରାଯାଉଛି। ଯୋଶୀମଠ ଓ ତପୋବନ ଅଞ୍ଚଳରେ ଘର ସବୁ ଖାଲି କରାଯାଉଛି।

Spread the love