ପୌର ଭୋଟ ପାଇଁ ସବୈତନିକ ଛୁଟି

ଭୁବନେଶ୍ୱର:ଏପ୍ରିଲ ୨୪ରେ ପୌର ନିର୍ବାଚନ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମ ସହିତ ୪୭ଟି ପୌରପାଳିକା, ୫୯ଟି ବିଜ୍ଞାପିତ ଅଞ୍ଚଳ ପରିଷଦରେ ମତଦାନ ହେବାକୁ ରହିଛି। ଉକ୍ତଦିନକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସବୈତନିକ ଛୁଟି ଘୋଷଣା କରାଯାଇଛି। ରାଜ୍ୟ ସରକାରଙ୍କ ଅଧୀନରେ ଥିବା ସମସ୍ତ କାର୍ଯ୍ୟାଳୟ ଓ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ୍ କୋର୍ଟ ପ୍ରଭୃତି ଛୁଟି ରହିବ। ହେଲେ ଭୋଟଗ୍ରହଣ ଦିନ ସରକାରୀ କୋଷାଗାର ଓ ଉପଖଣ୍ଡ କୋଷାଗାର ଖୋଲା ରହିବ। ମାର୍ଚ୍ଚ ମାସ ଯୋଗୁଁ ଆର୍ଥିକ ନେଣଦେଣ କାର୍ଯ୍ୟ ଚାପ ଥିବାରୁ କୋଷାଗାର ଖୋଲା ରହିବ ବୋଲି ସରକାରଙ୍କ ନିର୍ଦେଶ ରହିଛି। ରାଜସ୍ବ ବିଭାଗ ଯୁଗ୍ମ ସଚିବ ସୁଷମାରାଣୀ ଦେବୀ ସବୁ ଜିଲ୍ଲାପାଳ, ରାଜସ୍ବ ଆୟୁକ୍ତ ଓ ମୁଖ୍ୟଦପ୍ତର ଅଧିକାରୀଙ୍କୁ ଦେଇଥିବା ପତ୍ରରେ ଦର୍ଶାଇଛନ୍ତି ଯେ ଯେଉଁ ସରକାରୀ କର୍ମଚାରୀମାନେ ନିଜର ମତାଧିକାର ସାବ୍ୟସ୍ତ କରିବା ପାଇଁ ନିଜ ଅଞ୍ଚଳକୁ ଚାହିଁବେ ସେମାନଙ୍କୁ ୩ ଦିନ ପର୍ଯ୍ୟନ୍ତ ସବୈତନିକ ଛୁଟି ମିଳିପାରିବ।

Spread the love