ଆଜିଠାରୁ ୫ଦିନ ସ୍କୁଲ ଛୁଟି ଚାଲୁ ରହିବ ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷା

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ଅତ୍ୟଧିକ ରହୁଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇ ଆଜି ଠାରୁ ରାଜ୍ୟର ସମସ୍ତ ସ୍କୁଲ ୫ଦିନ ପର୍ଯ୍ୟନ୍ତ ଛୁଟି ରହିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଆଜି ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ୫ଦିନ ପାଇଁ ସ୍କୁଲ ଛୁଟି ରହିବ। ଉୟ ସରକାରୀ ଓ ଘରୋଇ ସ୍କୁଲ ଛୁଟି ରହିବ। ତେବେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦେଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ସମସ୍ତ ସ୍କୁଲ ଛୁଟି ସତ୍ତ୍ବେ ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷା ଚାଲୁ ରହିବ ବୋଲି ମନ୍ତ୍ରୀ ଶ୍ରୀ ଦାଶ ପ୍ରକାଶ କରିଛନ୍ତି।

Spread the love