ରାଜ୍ୟରେ ଆରମ୍ଭ ହେଲା ଦ୍ବିତୀୟ ଡୋଜ କୋଭିଡ ଟୀକାକରଣ

ଭୁବନେଶ୍ବର: ରାଜ୍ୟରେ ସ୍ବାସ୍ଥ୍ୟକର୍ମୀଙ୍କୁ ଦ୍ବିତୀୟ ଡୋଜ କୋଭିଡ ଟୀକାକରଣ ଆରମ୍ଭ । କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ଦ୍ବିତୀୟ ଡୋଜ ଟିକା ନେଇଛନ୍ତି । ଟିକା ଶତ ପ୍ରତିଶତ ସମ୍ପୂର୍ଣ୍ଣ ସୁରକ୍ଷିତ ସହ ଏଥିରେ ପାର୍ଶ୍ବ ପ୍ରତିକ୍ରିୟା ନାହିଁ ବୋଲି ସେ କହିଛନ୍ତି ।

ସେପଟେ, ଯେଉଁ ସ୍ବାସ୍ଥ୍ୟକର୍ମୀ ମାନେ ପ୍ରଥମ ଡୋଜ ଟିକା ନେଇନାହାଁନ୍ତି । ସେମାନେ ଫେବୃଆରୀ 25 ସୁଦ୍ଧା ଟିକା ନେଇପାରିବେ । ପ୍ରଥମ ଡୋଜ ଟୀକାକରଣ 100 ପ୍ରତିଶତ କଭରେଜ ହାସଲ କରିବାକୁ ଦୃଷ୍ଟିରେ ରଖି ଟୀକାକରଣର ସମୟ ସୀମାକୁ 25 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ପ୍ରଥମ ଟୀକାକରଣରେ ବର୍ତ୍ତମାନ ସୁଦ୍ଧା 4 ଲକ୍ଷ ସ୍ବାସ୍ଥ୍ୟକର୍ମୀ ଟିକା ନେଇସାରିଛନ୍ତି । ଏହା ଟୀକାକରଣ ପାଇଁ ଧାର୍ଯ୍ୟ ଲକ୍ଷ୍ୟର ପାଖାପାଖି ୯୦% । ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ ଆଜି ଠାରୁ ଆରମ୍ଭ ହୋଇଛି । ମାର୍ଚ୍ଚ 13 ଯାଏଁ ଚାଲିବ ଟୀକକରଣ ଅଭିଯାନ ।

ସୂଚନାଯୋଗ୍ୟ, ଜାନୁଆରୀ 16 ତାରିଖରୁ ଦେଶବ୍ୟାପୀ ଟୀକାକରଣ ଅଭିଯାନ ଆରମ୍ଭ ହୋଇଥିଲା । ପ୍ରଥମ ଡୋଜ ନେବାର 28 ଦିନ ପରେ ଦ୍ବିତୀୟ ଡୋଜ ନିଆଯାଇଥାଏ ।

Spread the love