ଓଡ଼ିଶାରେ ଟୀକାକରଣ ପାଇଁ ରାଜ୍ୟ ସରକାରଙ୍କ ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ୱର, ୧୮/୧୨ :ଓଡ଼ିଶାରେ ଟିକାକରଣ ପାଇଁ ସଂପୂର୍ଣ୍ଣ ବ୍ଲୁ-ପ୍ରିଂଟ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ପ୍ରଥମ ପର୍ଯ୍ୟାୟରେ କେଉଁମାନେ ଟିକା ନେବେ, ତା’ର ଚୂଡ଼ାନ୍ତ ଡାଟାବେସ୍ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ୩ ଲକ୍ଷ ୨୦ ହଜାର ସ୍ୱାସ୍ଥ୍ୟକର୍ମୀଙ୍କର ତାଲିକା ପ୍ରସ୍ତୁତ କରାଯାଇଛି । ସେଥିରେ ଅଛନ୍ତି ୧ଲକ୍ଷ ୪୦ ହଜାର ଅଙ୍ଗନବାଡ଼ି କର୍ମୀ, ସହାୟିକା, ସୁପରଭାଇଜର ଓ ସିଡିପିଓ । ଟିକାକରଣ ପାଇଁ ୨୯ ହଜାର ୨୭୬ଟି କେନ୍ଦ୍ର ଚିହ୍ନଟ କରାଯାଇଛି ।୮୨୭୬ ଜଣ ଟିକାଦାନ କର୍ମୀ ନିୟୋଜିତ ହେବେ।

ସବୁଠୁ ବଡ଼ କଥା ହେଉଛି, ଟିକା ମହଜୁଦ ରଖିବାକୁ କୋଲ୍ଡ ଚେନ୍ ବା ଶୀତଳ ଶୃଙ୍ଖଳ ବ୍ୟବସ୍ଥା ପାଇଁ ମଧ୍ୟ ପ୍ରସ୍ତୁତି କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ଏଥିପାଇଁ ସ୍ଥାନ ଚିହ୍ନଟ କରାଯାଇଛି। ଟିକାକୁ ସୁରକ୍ଷିତ ଭାବେ ଗଚ୍ଛିତ ରଖିବା ପାଇଁ ମୋଟ ୧୨୨୨ କୋଲ୍ଡ ଚେନ୍ ପଏଂଟ କରାଯାଇଛି। ଗୋଟିଏ ରାଜ୍ୟସ୍ତରୀୟ ଟିକାକରଣ ଷ୍ଟୋର ରହିଥିବା ବେଳେ ୯ଟି ଆଂଚଳିକ ଷ୍ଟୋର ଏବଂ ଭୁବନେଶ୍ୱର ଓ ରାଉରକେଲା ସମେତ ୩୨ଟି ଜିଲ୍ଲାସ୍ତରୀୟ ଷ୍ଟୋର ପାଇଁ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର ।

Spread the love