ଭୁବନେଶ୍ବର: ରାଜ୍ୟରେ ଗତକାଲି ୨୧୫୮ ଟିକାଦାନ କେନ୍ଦ୍ରରେ ୬୬,୯୪୯ ହିତାଧିକାରୀ ଟିକା ନେଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଗତକାଲି ରାଜ୍ୟରେ ୩୭୪ ସ୍ବାସ୍ଥ୍ୟକର୍ମୀ, ୪୭୪ ସମ୍ମୁଖ ଯୋଦ୍ଧା ଏବଂ ୬୦ ବର୍ଷରୁ ଊର୍ଦ୍ଧ୍ବ ୨୧୫୫ ହିତାଧିକାରୀ ପ୍ରତିଷେଧାତ୍ମକ ପାନ ନେଇଛନ୍ତି। ସେହିପରି ୧୫ରୁ ୧୮ ବର୍ଷର ୪୧୬୬ କିଶୋର/କିଶୋରୀ ପ୍ରଥମ ପାନ ଓ ୧୫ ହଜାର ୪୦୯ ଦ୍ବିତୀୟ ପାନ ନେଇଛନ୍ତି। ୨ ସ୍ବାସ୍ଥ୍ୟକର୍ମୀ ପ୍ରଥମ ପାନ, ୩୭ ଦ୍ବିତୀୟ ପାନ ନେଇଛନ୍ତି। ସେହିପରି ୫୬ ସମ୍ମୁଖ ଯୋଦ୍ଧା ଦ୍ବିତୀୟ ପାନ ନେଇଛନ୍ତି। ୧୮ରୁ ୪୪ ବର୍ଷ ୪୫୭୦ ହିତାଧିକାରୀ ପ୍ରଥମ ପାନ ଓ ୨୫ ହଜାର ୯୦୨ ହିତାଧିକାରୀ ଦ୍ବିତୀୟ ପାନ ନେଇଛନ୍ତି। ୪୫ ବର୍ଷରୁ ଅଧିକ ୧୩୭୫ ହିତାଧିକାରୀ ପ୍ରଥମ ପାନ ଓ ୧୨ ହଜାର ୪୨୯ ହିତାଧିକାରୀ ଦ୍ବିତୀୟ ପାନ ନେଇଥିବା ବେଳେ ୭୪୨ ଗର୍ଭବତୀ ଟିକା ନେଇଥିବାର ଜଣାପଡିଛି।