Valentine Week Full List : ଜାଣନ୍ତୁ କେଉଁ ଦିନରେ ଅଛି କଣ…

୧୪ ଫେବୃଆରୀ ହେଉଛି ଭାଲେଣ୍ଟାଇନ୍ସ ଡେ,ଏହି ଦିନକୁ ପ୍ରେମର ଦିନ ବୋଲି କୁହାଯାଏ। ଏହି ଦିନରେ ସବୁ ପ୍ରେମୀ ଯୋଡି ମାନେ ନିଜର ପ୍ରେମକୁ ପରିପ୍ରକାଶ କରନ୍ତି। ‘ଭାଲେଣ୍ଟାଇନ୍ସ ଡେ’ କୁ କେବଳ ଗୋଟିଏ ଦିନରେ ପାଳନ୍ତି ନାହିଁ ବରଂ ପୂରା ସପ୍ତାହ ଯାକ ପାଳିଥାନ୍ତି। ଏହି ସପ୍ତାହ ଯାକରେ ପ୍ରେମୀମାନେ ତାଙ୍କର ପ୍ରେମକୁ ସାଥିକୁ ଦେଖାଇବା ପାଇଁ ଅଲଗା ଅଲଗା ଉପାୟ ଆପଣେଇଥାନ୍ତି। ଆସନ୍ତୁ ଜାଣିବା ଭାଲେଣ୍ଟାଇନ୍ସ ଡେର କଣ ମହତ୍ତ୍ବ ଏବଂ ଅର୍ଥ। ଏବଂ ଜାଣିବା କିପରି ଭାବରେ ଏହାକୁ ସେଲିବ୍ରେଟ କରାଯାଏ।
ଭାଲେଣ୍ଟାଇନ୍ସ ୱିକ ର ଆରମ୍ଭ

Rose Day – ୭ ଫେବୃଆରୀ

ଏହି ଦିନ ସବୁ ପ୍ରେମ ଯୁଗଳ ନିଜ ସାଥି ମାନଙ୍କୁ ଗୋଳାପ ଫୁଲ ଦେଇ ନିଜର ପ୍ରେମ ନିବେଦନ କରିଥାନ୍ତି।

Propose Day – ୮ ଫେବୃଆରୀ

ଏହା ପ୍ରେମ ସପ୍ତାହର ଦ୍ବିତୀୟ ଦିନ। ଏହି ଦିନରେ ସମସ୍ତେ ନିଜର ସାଥିଙ୍କୁ ବହୁତ ସ୍ବତନ୍ତ୍ର ଉପାୟରେ ପ୍ରେମ ନିବେଦନ କରନ୍ତି।

Chocolate Day – ୯ ଫେବୃଆରୀ

ଏହା ପ୍ରେମ ୱିକ୍ ର ତ୍ରୁତୀୟ ଦିନ। ଏହି ଦିନକୁ ସବୁ ବୟସର ଲୋକ ସେଲିବ୍ରେଟ କରିଥାନ୍ତି ଏବଂ ଚକୋଲେଟ ଖୁଆଇଥାନ୍ତି। ପ୍ରେମ ନିବେଦନ ମଧ୍ୟ କରିଥାନ୍ତି।

୭ ଫେବୃଆରୀରୁ ରୋଜ୍ ଡେ ସହିତ ଏହି ସପ୍ତାହ କିସ୍ ଡେ ପର‌୍ୟ୍ୟନ୍ତ ଶେଷ ହୋଇଥାଏ। ଆଜି ଆମେ ଆପଣଙ୍କୁ ଭାଲେଣ୍ଟାଇନ୍ସ ସପ୍ତାହର ପୂରା ସୂଚନା:

Teddy Day – ୧୦ ଫେବୃଆରୀ

ଏହି ଦିନରେ ପ୍ରେମୀ ଯୋଡିମାନେ ନିଜ ସାଥୀଙ୍କୁ ସ୍ନେହରେ ଟେଡି ଗିଫ୍ଟ କରିଥାନ୍ତି। ଟେଡି ଏକ ଏମିତି ଖେଳଣା ଅଟେ, ଯାହାକୁ ସ୍ବତନ୍ତ୍ର ଭାବରେ ଝିଅମାନେ ଅଧିକ ପସନ୍ଦ କରିଥାନ୍ତି।

Promise Day – ୧୧ ଫେବୃଆରୀ

ଏହି ଦିନ ଏକ ଏମିତି ଦିନ ହୋଇଥାଏ ଯେଉଁଦିନ ପ୍ରେମୀ ମାନେ ତାଙ୍କ ସାଥିକୁ ପ୍ରମିଜ୍ କରିଥାନ୍ତି।

Hug Day – ୧୨ ଫେବୃଆରୀ

ଏହା ଭାଲେଣ୍ଟାଇନ୍ସ ସପ୍ତାହର ଛଅ ଦିନ ହୋଇଥାଏ। ଏହି ଦିନରେ ସବୁ ପ୍ରେମୀ ଯୋଡିମାନେ ନିଜ ସାଥିଙ୍କୁ ହଗ୍ କରିଥାନ୍ତି ଏବଂ ତାଙ୍କୁ କିଛି ଖାସ୍ ଅନୁଭବ କରାଇଥାନ୍ତି।

Kiss Day – ୧୩ ଫେବୃଆରୀ

ଏହି ଦିନକୁ ଭାଲେଣ୍ଟାଇନ୍ସ ସପ୍ତାହର ସବୁଠାରୁ ସୁନ୍ଦର ଏବଂ ରୋମାଣ୍ଟିକ ଡେ ବୋଲି କୁହାଯାଏ। ସବୁ ପ୍ରେମୀ ମାନେ ଏହି ଦିନକୁ ସବୁଦିନ ପାଇଁ ମନେ ରଖିବା ପାଇଁ ବହୁତ ଚେଷ୍ଟା କରିଥାନ୍ତି।

Valentine Day – ୧୪ ଫେବୃଆରୀ

ଭାଲେଣ୍ଟାଇନ୍ସ ଡେ ସବୁ ବର୍ଷ ୧୪ ଫେବୃଆରୀକୁ ହିଁ ସେଲିବ୍ରେଟ କରାଯାଇଥାଏ। ଏହି ଦିନ ସବୁ ପ୍ରେମୀ ଯୋଡିଙ୍କ ପାଇଁ ସ୍ବତନ୍ତ୍ର ଦିନ ଅଟେ। ଏହି ଦିନର ଅପେକ୍ଷା ସେମାନେ ପୂରା ବର୍ଷ ଯାଏ କରିଥାନ୍ତି। ଯାହା ଦ୍ବାରା ସେମାନେ ନିଜ ସାଥିଙ୍କୁ ବହୁତ ସ୍ପେଶାଲ କରାଇପାରିବେ।

Spread the love