ସର୍ବ ଭାରତୀୟ ମହିଳା ଭଳିବଲ ଖେଳରେ ସୁନାମ ଅର୍ଜନ କଲେ ଓଡ଼ିଆ ଝିଅ ଶିନାନୀ

ମହାକାଳପଡ଼ା ୦୫/୦୩ : ଦିନେ ଯେଉଁ ଝିଅ ଗାଁ ବିଦ୍ୟାଳୟରେ ସାଙ୍ଗସାଥୀଙ୍କ ମେଳରେ କାଗଜ ପିଣ୍ଡୁଳା ଖେଳୁଥିଲେ । ଆଜି ସେହି ଝିଅ ସର୍ବ ଭାରତୀୟ ସ୍ତରରେ ଓଡିଶା ଟିମରେ ସାମିଲ ହୋଇ ଓଡିଶା ପାଇଁ ସୁନାମ ଆଣିଛନ୍ତି।

କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକର ବଡତୋଟା ଛପାଲି ଗ୍ରାମର ପବିତ୍ର ପରିଡା ଓ ରିନାରାଣି ପରିଡାଙ୍କ ଝିଅ ଶିବାନୀ ପ୍ରିୟଦର୍ଶିନି ଯୁକ୍ତ ୩ର ଦ୍ବିତିୟ ବର୍ଷର ଛାତ୍ରୀ । ପିଲା ବେଳୁ ଶିବାନୀଙ୍କର ଭଲି ଖେଳ ପ୍ରତି ବହୁତ ଆଗ୍ରହ ଥିଲା । ବାପା ମା ଅଲିଅଳି ଝିଅର ଭଲି ଖେଳ ପ୍ରତି ଆଗ୍ରହ ଦେଖି ତାଙ୍କୁ ପ୍ରେତ୍ସାହନ ଦେଇଥିଲେ । ପ୍ରେମଚାନ୍ଦ ବିଦ୍ୟାପିଠର ଖେଳ ଶିକ୍ଷକଙ୍କ ଠାରୁ ପ୍ରେରଣା ପାଇ ଭୁବନେଶ୍ବର ଯାଇ ସେଠାରେ ଭଲି ଖେଳରେ ତାଲିମ ନେବା ପରେ ଓଡ଼ିଶା ଟିମରେ ଶିବାନୀ ସାମିଲ ହୋଇ ଥିଲେ। ଶକ୍ତିଶାଳୀ ହିମାଚଳପ୍ରଦେଶ ଟିମକୁ ହରାଇ ବ୍ରୋଞ୍ଚ ପଦକ ହାସଲ କରିଥିଲା ଓଡିଶା ମହିଳା ଭଲି ବଲ ଟିମ ।

ଝିଅ ଶିବାନୀଙ୍କ ସଫଳତା ପାଇଁ ତାଙ୍କ ପରିବାରରେ ବେଶ ଆଗ୍ରହ ଉତ୍ସାହ ଓ ଖୁସି ମିଳିଛି। ତାଙ୍କ ଗାଁରେ ବିଭିନ୍ନ ସଂଗଠନ ତରଫରୁ ଶୀବାନୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଦେଶ ପାଇଁ ଖେଳି ଅନ୍ତରାଷ୍ଟ୍ରୀୟ ସ୍ତରରେ କ୍ଷାତି ଅର୍ଜନ କରି ଗୌରବ ଆଣିବା ପାଇଁ ଲକ୍ଷ ରଖିଛନ୍ତି ଶିବାନୀ ।

Spread the love