ଶିକ୍ଷାଦାନ ଚାଲିଥିବା ସମୟରେ ସ୍କୁଲ ଭିତରେ ପଶିଲା ଭାଲୁ

ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକରୁ ଜାଣିବାକୁ ମିଳିଛି ଏକ ଚିନ୍ତାଜନକ ଖବର। ସ୍କୁଲ ରେ କୁନି କୁନି ଛାତ୍ରଛାତ୍ରୀମାନଙ୍କ ଶିକ୍ଷାଦାନ ଚାଲିଥିବା ସମୟରେ ସ୍କୁଲ ପରିସରରେ ପଶିଗଲା ଭାଲୁ। ନନ୍ଦାହାଣ୍ଡି ବ୍ଲକ ଦହଣା ପଞ୍ଚାୟତ ଅନ୍ତର୍ଗତ ମେରନାଶ ପ୍ରାଥମିକ ବିଦ୍ୟାଳୟ ରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା।

ଖାଦ୍ୟ ଅନ୍ୱେଷଣରେ ଭାଲୁଟି ସ୍କୁଲ ଭିତରକୁ ଚାଲିଆସିଥିବା କୁହା ଯାଉଛି।କିଛି ଘଣ୍ଟା ରହିବା ପରେ ଭାଲୁଟି ଜଙ୍ଗଲ ମଧ୍ୟ କୁ ଚାଲି ଯାଇଥିଲା। ସ୍କୁଲ ରେ ଭାଲୁ ଏହା କୈଣସି ନୂଆ କଥା ନୁହେଁ ନିତିଦିନିଆ କଥା । ପୂର୍ବରୁ ମଧ୍ୟ ବହୁବାର ଭାଲୁ ସ୍କୁଲ କୁ ଆସୁଥିବା କହିଛନ୍ତି ଗ୍ରାମବାସୀ ।

ଏନେଇ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୈଣସି ଅଧିକାରୀ କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ନୂତନ ଭାବେ ତିଆରି ହୋଇଥିବା ସ୍କୁଲରେ ପାଚେରୀ ନଥିବାରୁ ଏପରି ବନ୍ୟଜନ୍ତୁମାନେ ସ୍କୁଲ ଆସୁଥିବା କହିଛନ୍ତି ।

ଏହି ଖବରଟି ବନ ବିଭାଗ ପାଖରେ ମଧ୍ୟ ଅଛି କିନ୍ତୁ ବନ ବିଭାଗ ମଧ୍ୟ କେବେ ଭାଲୁକୁ ଧରିବାରେ ସଫଳ ହୋଇ ନାହାନ୍ତି । ଯଦି କୁନି କୁନି ପିଲା ମାନେ ଭାଲୁ ଆକ୍ରମଣ ଶିକାର ହୁଅନ୍ତି ତେବେ କିଏ ଦାୟୀ ରହିବେ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି । ଖୁବଶୀଘ୍ର ସ୍କୁଲ ପାଚେରୀ ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

Spread the love