ଏହି ମନ୍ଦିରରେ ଭାତ ପୂଜାର ରହିଛି ବିଶେଷ ମହତ୍ତ୍ୱ, ବିବାହ ସମସ୍ୟା ଦୂରେଇବା କରନ୍ତି ପୂଜା

ମଣିଷ ଜୀବନରେ ଅନେକ ସମସ୍ୟା ଲାଗି ରହିଥାଏ । ନିଜ ସମସ୍ୟା ଦୂର କରିବା ପାଇଁ ମଣିଷ ଭଗବାନଙ୍କ ଶରଣରେ ପଶିଥାଏ । ଲୋକମାନଙ୍କର ବିଭିନ୍ନ ସମସ୍ୟା ମଧ୍ୟରୁ ବିବାହ ଦୋଷ ସମସ୍ୟା ଅନ୍ୟତମ । ଏହି ଦୋଷ ଲାଗିଲେ ସେ ପୁଅ ହେଉ ଅବା ଝିଅ ହେଉ ବିବାହରେ ବିଭିନ୍ନ ସମସ୍ୟା ଦେଖାଯାଏ । ଏହି ଦୋଷ ଦୂର କରିବା ପାଇଁ ଲୋକମାନେ ଅନେକ ମନ୍ଦିରକୁ ଯାଆନ୍ତି । କିଛି ଲୋକଙ୍କ ସମସ୍ୟା ଦୂର ହୋଇଥାଏ ତ କିଛି ଲୋକଙ୍କ ସମସ୍ୟା ସମସ୍ୟାରେ ହିଁ ରହିଯାଏ । ତେବେ ଆପଣଙ୍କର ଯଦି ଏପରି କିଛି ସମସ୍ୟା ରହିଛି ଆମେ ଆପଣଙ୍କୁ ଏପରି ଏକ ସ୍ଥାନ ବିଷୟରେ ଜଣାଇବୁ ଯେଉଁଠାରେ ଆପଣଙ୍କ ସମସ୍ୟାର ସମାଧାନ ହୋଇଯିବ । ଆସନ୍ତୁ ଜାଣିବା ଏହି ବିଶେଷ ମନ୍ଦିରରେ ରହିଛି କଣ ଅଲୌକିକତା ।

ଉଜୈନ ସହର ଯେଉଁଠାରେ ମହାଦେବ ପ୍ରତ୍ୟେକ କୋଣରେ ବାସ କରନ୍ତି । ପ୍ରତିଦିନ ଏଠାରେ କିଛି ନା କିଛି ଚମତ୍କାର ଦେଖବାକୁ ମିଳେ । ଏହି ସହରରେ ଏକ ମନ୍ଦିର ମଧ୍ୟ ଅଛି, ଯାହା ଅଙ୍ଗାରେଶ୍ୱର ମହାଦେବ ନାମରେ ପ୍ରସିଦ୍ଧ । ଏହି ମନ୍ଦିର ମଙ୍ଗଳନାଥ ମନ୍ଦିର ପଛରେ ଥିବା ଶିପ୍ରା କୂଳରେ ଅବସ୍ଥିତ ।

ଉଜୈନ ନଗରୀରେ ୮୪ ମହାଦେବଙ୍କ ସମେତ ଅଙ୍ଗାରେଶ୍ୱର ମହାଦେବ ମନ୍ଦିର ବିଷୟରେ ସ୍କନ୍ଦ ପୁରାଣର ଅବନ୍ତିକା ବିଭାଗରେ ଉଲ୍ଲେଖ କରାଯାଇଛି । ପଣ୍ଡିତ ଜତିନ୍ ଶର୍ମାଙ୍କ ଅନୁଯାୟୀ ଏହି ମନ୍ଦିରର ଧାର୍ମିକ ମହତ୍ତ୍ୱ ରହିଛି । ବିଶ୍ୱାସ କରାଯାଏ ଯେ କେବଳ ଦର୍ଶନ ମାତ୍ରକେ ମଙ୍ଗଳ ଦୋଷର ପ୍ରଭାବ ଦୂର ହୋଇଯାଏ । ଏହା ବ୍ୟତୀତ ମଙ୍ଗଳବାର ପୂଜା କରିବା ଦ୍ୱାରା କୌଣସି କାର୍ଯ୍ୟରେ ବାଧା ଉପୁଜି ନଥାଏ ।

ଅଙ୍ଗାରେଶ୍ୱର ମନ୍ଦିରର ବିଶେଷତ୍ୱ ହେଉଛି, ଦୀପାବଳି ପରେ ପଡ଼ୁଥିବା ମଙ୍ଗଳବାର ଦିନ ବିଶେଷ ଭାବେ ଅନ୍ନକୁଟ ଲଗାଯାଇଥାଏ । ତେଣୁ ଦୂରଦୂରାନ୍ତରୁ ଭକ୍ତମାନେ ମଙ୍ଗଳବାର ଦିନ ଦର୍ଶନ କରିବାକୁ ଆସିଥାନ୍ତି ଏବଂ ମଙ୍ଗଳ ଗ୍ରହର କୁପ୍ରଭାବରୁ ମୁକ୍ତି ପାଇଥାନ୍ତି ।

ଭାତ ପୂଜା ଦ୍ୱାରା ବିବାହ ଦୋଷ ଦୂର ହୁଏ :
ଭଗବାନ ଅଙ୍ଗାରେଶ୍ୱର ମହାଦେବ ମନ୍ଦିରରେ ଭାତ ପୂଜାର ରହିଛି ବିଶେଷ ମହତ୍ତ୍ୱ । ଏଠାକାର ପଣ୍ଡିତଙ୍କ କହିବା ଅନୁସାରେ ଭାତ ପୂଜା କରିବା ଦ୍ୱାରା କୋର୍ଟ କଚେରୀର ସମସ୍ୟା ମଧ୍ୟ ସମାଧାନ ହୋଇଯାଏ । ଏହା ବ୍ୟତୀତ ସମ୍ପତ୍ତି ସମ୍ବନ୍ଧୀୟ କାର୍ଯ୍ୟରେ ମଧ୍ୟ ସଫଳତା ମିଳିଥାଏ । ନେତାମାନେ ମଧ୍ୟ ନିୟମିତ ଭାବେ ଅଙ୍ଗାରେଶ୍ୱର ମନ୍ଦିରରେ ପୂଜା କରିବାକୁ ଆସନ୍ତି । ଶୁଭ କାର୍ଯ୍ୟକଳାପରେ ବାଧାବିଘ୍ନର ସମ୍ମୁଖୀନ ହେଉଥିବା ଲୋକମାନେ ମଧ୍ୟ ପୂଜା କରିବାକୁ ଆସନ୍ତି । ବିଶ୍ୱାସ କରାଯାଏ ଯେ ଅଙ୍ଗାରେଶ୍ୱର ମହାଦେବ ମନ୍ଦିରରେ ଭାତ ପୂଜା କରିବା ଦ୍ୱାରା ବିବାହର ଦୋଷ ଦୂର ହୋଇଥାଏ ।

ସିନ୍ଦୁରରେ ହୋଇଥାଏ ଶୃଙ୍ଗାର :
ସିନ୍ଦୁର ଦ୍ୱାରା ଶୃଙ୍ଗାର କରାଯାଇଥିବା ଅଙ୍ଗାରେଶ୍ୱର ମହାଦେବ ମନ୍ଦିର ଶିପ୍ରା ନଦୀ କୂଳରେ ଅବସ୍ଥିତ । ପୁରାଣ ମାନ୍ୟତା ଅନୁସାରେ ମଙ୍ଗଲ ଗ୍ରହର ଜନ୍ମସ୍ଥାନ ହେଉଛି ଉଜୈନ । ଏବଂ ଅଙ୍ଗାରେଶ୍ୱର ମହାଦେବ ହିଁ ଭୂମି ପୁତ୍ର ମଙ୍ଗଳ । ଏଣୁ ଅଙ୍ଗାରେଶ୍ୱର ମହାଦେବଙ୍କୁ ମଙ୍ଗଳ ଦେବ ମଧ୍ୟ କୁହାଯାଏ । ମଙ୍ଗଳ ଗ୍ରହର ଶାନ୍ତି ପାଇଁ ଅଙ୍ଗାରେଶ୍ୱର ମହେଦେବଙ୍କ ସ୍ୱତନ୍ତ୍ର ପୂଜା କରାଯାଏ ଏବଂ ଏହା ଲାଭଦାୟକ ମଧ୍ୟ ହୋଇଥାଏ ।

Spread the love