“ମୁଁ ପାକିସ୍ତାନ ଖେଳାଳିଙ୍କ ମାଆ ନୁହେଁ- ସାନିଆ ମିର୍ଜା”, କାହିଁକି କହିଲେ ଏମିତି…

ଗତ ରବିବାର ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ବିଶ୍ୱକପ୍ ମ୍ୟାଚରେ ପାକିସ୍ତାନ ଟିମ୍  ଭାରତ ଠାରୁ ହାରିବା ପରେ ପାକିସ୍ତାନୀ ଫ୍ୟାନ  ମାନେ ନିଜ ଖେଳାଳିଙ୍କୁ କଟୁ ସମାଲୋଚନା କରୁଛନ୍ତି।  କେଉଁଠି କେହି ଟିଭି ଭାଙ୍ଗିବା ସହ କେହି ପୋଷ୍ଟରରେ ନିଆଁ ଲଗାଇଦେଇଥିବା ଦେଖିବାକୁ ମିଳିଥିଲା । ତେବେ ଏହା ମଧ୍ୟରେ ଭାରତୀୟ ଟେନିସ  ଖେଳାଳି ସନିଆ  ମିର୍ଜା ଓ ପାକିସ୍ତାନୀ କଳାକାର ବୀଣା ମଲ୍ଲିକଙ୍କ ମଧ୍ୟରେ ଟ୍ବିଟର ଓ୍ବାର ହୋଇଯାଇଛି । ଏକ ଟ୍ବିଟରେ ଜବାବ ଦେଇ ସାନିଆ କହିଛନ୍ତି “ମୁଁ ମୋ ପିଲାର ଯତ୍ନ କେମିତି ନେବି ତାହା ଆପଣଙ୍କର କିମ୍ବା ବାକି ଦୁନିଆର ଚିନ୍ତା ନୁହେଁ “।

ପ୍ରକାଥ ଥାଉକି, ସାନିଆ ମିର୍ଜା ଓ ବୀଣା ମଲ୍ଲିକଙ୍କ ମଧ୍ୟରେ ଜଂକ ଫୁଡକୁ ନେଇ ଆଲୋଚନା ହୋଇଥିଲା । ଏହାସହ ବିଣା ଟ୍ବିଟରେ ସାନିଆକୁ କହିଥିଲେ ଯେ  ବାହାର ଖାଦ୍ୟ ଖେଳାଳୀଙ୍କ ଫିଟନେସ ପ୍ରତି ଖରାପ ପ୍ରଭାବ ପକାଇବ । ବିଣା ଆହୁରି କହିଛନ୍ତି ସାନିଆ “ମୁଁ ପିଲାକୁ ନେଇ ବହୁତ ଚିନ୍ତିତ ଅଛି ।   ଆପଣ ଆପଣଙ୍କ ପିଲାକୁ ନେଇ ଶିଶା ପ୍ୟାଲେସରେ ଅଛନ୍ତି ଏହା  ସ୍ୱାସ୍ଥ୍ୟପ୍ରତି ଠିକ୍ କି ।  ମୋ ଜାଣିବାରେ ଅର୍ଚ୍ଚି ରେସ୍ତୋରାଂ ଜଂକ ଫୁଡ ପାଇଁ ପ୍ରସିଦ୍ଧ। ସେଠାକୁ ଆଥଲେଟିକ୍ସଙ୍କୁ ନେଇ ଯିବା ଠିକ୍ ନୁହେଁ “।

ସାନିଆ ଆପଣ ନିଜେ ଜଣେ ଆଥଲେଟ, ଏମିତି କରିବା ଠିକ୍ ନୁହେଁ ।  ବିଣା ମଲ୍ଲିକଙ୍କ ଏହି ଟ୍ବିଟର ଜବାବରେ ସାନିଆ ମିର୍ଜା କଡା ଜବାବ ଦେଇ କହିଛନ୍ତି ମୁଁ ପିଲାର ଯତ୍ନ କେମିତି ବି ନିଏ ନା କାହିଁକି ଏହା ଆପଣଙ୍କ କିମ୍ବା ବାକି  ଦୁନିଆର ଚିନ୍ତା  ନୁହେଁ । ମୁଁ ପାକିସ୍ତାନ ଟିମର  ମାଆ ନହେୁଁ କି ଡାଇଟେସିଆନ ନୁହେଁ । ନା ମୁଁ  ପ୍ରିନ୍ସପାଲ ନା ଶିକ୍ଷକ।   ଅନ୍ୟପକ୍ଷରେ ଭାରତ ଠାରୁ ପାକିସ୍ତାନ ମ୍ୟାଚ ହାରିବା ପରେ କୁହାଯାଉଛି ଯେ ପାକିସ୍ତାନ ଖେଳାଳି ଶନିବାର ରାତିରେ ଇଂଲଣ୍ଡରେ ଡିନର  ପାଇଁ  ରେସ୍ତୋରାଂକୁ ଯାଇଥିଲେ । ସେଠାରେ କେହି ତାଙ୍କ ଭିଡିଓ ସୋସିଆଲ ମିଡିଆରେ ଛାଡିଛନ୍ତି ।

Spread the love