ଶରୀରର ଏହି ୫ଟି ଅଙ୍ଗକୁ ସଫା କରିବା ବହୁତ ଜରୁରୀ, ନଚେତ ଘର କରିଦେବେ ବ୍ୟାକ୍ଟେରିଆ

ସୁସ୍ଥ ରହିବା ପାଇଁ ହାଇଜିନ୍‌ ମେନଟେନ ରଖିବା ଗୁରୁତ୍ୱପୂର୍ଣ୍ଣ। ଭଲ ହାଇଜିନ ପାଇଁ ପୂରା ଶରୀରକୁ ଠିକ୍‌ ଭାବେ ସଫାସୁତରା କରିବା ବହୁତ ଜରୁରୀ। କିନ୍ତୁ ଲୋକେ ପ୍ରାୟତଃ ଶରୀରର କିଛି ଅଙ୍ଗକୁ ସଫା କରିବାକୁ ଭୁଲି ଯାଇଥାଆନ୍ତି, ଯଦ୍ଦ୍ଵାରା ସେମାନେ ବିଭିନ୍ନ ପ୍ରକାର ରୋଗର ଶିକାର ହୋଇଥାଆନ୍ତି। ଶରୀରର ଏହି ସବୁ ଅଙ୍ଗରେ ବ୍ୟାକ୍ଟେରିଆ ଜମା ହୋଇ ସଂକ୍ରମଣ ସୃଷ୍ଟି କରିଥାଆନ୍ତି। ଆଜି ଆମେ ଆପଣଙ୍କୁ କହିବୁ, ଶରୀରର କେଉଁ ସବୁ ଅଙ୍ଗକୁ ସଫା ରଖିବା ନିହାତି ଜରୁରୀ।

୧. ନାଭି: ବିଶେଷଜ୍ଞଙ୍କ କହିବା ହେଲା, ଗାଧୋଇବା ସମୟରେ ନିଜ ନାଭିକୁ ନିଶ୍ଚିତ ସଫା କରିବା ଉଚିତ। ନାଭି ଶରୀରର ଏମିତି ଏକ ଜାଗା, ଯେଉଁଠି ବ୍ୟାକ୍ଟେରିଆ ସହଜରେ ଜନ୍ମ ନେବା ସହ ଲୁଚିକି ରହିଥାଆନ୍ତି। ନାଭିରେ ଝାଳ ମଧ୍ୟ ଜମା ହୋଇ ରହିଥାଏ। ଏଣୁ ନାଭିକୁ ନିହାତି ଭାବେ ସଫା କରନ୍ତୁ।

୨. କାନ ପଛପଟ: କାନ ପଛପଟ ଜୀବାଣୁ ବଢ଼ିବା ପାଇଁ ଏକ ଅନୁକୂଳ ଜାଗା। ଆମେ ଏହାକୁ ସବୁବେଳେ ସଫା ରଖିବା ଉଚିତ। ଯଦି ଆପଣ ଏହାକୁ ସଫା କରିବେ ନାହିଁ, ତ ଏଠାରୁ ଦୁର୍ଗନ୍ଧ ବାହାରିବ। ଗାଧୋଇବା ପରେ ଶୁଖିଲା ତଉଲିଆରେ କାନ ପଛପଟ ଭାଗକୁ ସଫା କରିବା ଉଚିତ।

୩. ଜଙ୍ଘର ଉପରି ଭାଗ: ଯେତେବେଳେ ବି ଆପଣ ଏକ୍ସରସାଇଜ କରନ୍ତି, ତ ଶରୀରରୁ ଝାଳ ବାହାରିଥାଏ। ଏହି ଝାଳ ଆପଣଙ୍କ ଜଙ୍ଘର ଉପରି ଭାଗରେ ଜମା ହୋଇଯାଇଥାଏ, ଯେଉଁଥିରୁ କୁଣ୍ଡାଇ ମଧ୍ୟ ହୋଇପାରେ। ଶରୀରର ଏହି ଭାଗ ବହୁତ ସମ୍ବେଦନଶୀଳ ହୋଇଥାଏ, ଯାହାର ଖାସ୍‌ ଯତ୍ନ ନେବା ଉଚିତ।

୪. ଜିଭ: ଆପଣ ନିଜ ଜିଭ ସଫା କରିବାକୁ ଜମାରୁ ବି ଭୁଲନ୍ତୁ ନାହିଁ। ଦିନକୁ ଅତି କମ୍‌ରେ ଦୁଇଥର ଦାନ୍ତ ଘଷିବା ଉଚିତ। ଜିଭକୁ ସାବଧାନତାର ସହ ସଫା କରନ୍ତୁ। ଜିଭ ଉପରେ ଅନେକ Ridges ଏବଂ Bumps ରହିଥାଏ, ଯେଉଁଠି ବ୍ୟାକ୍ଟେରିଆ ଲୁଚି ରହିପାରିବେ। ଏହି କାରଣରୁ ମୁହଁରୁ ଦୁର୍ଗନ୍ଧ ବାହାରିବ।

୫. ନଖ: ହାଇଜିନ ମେନଟେନ କରିବା ପାଇଁ ନଖର ମଇଳାକୁ ନିହାତି ଭାବେ ସଫା କରିବା ଉଚିତ। କାରଣ, ଏହିଠାରେ ହିଁ ବ୍ୟାକ୍ଟେରିଆ ଜମା ରହିଥାଆନ୍ତି। ଯେତେବେଳେ ଆପଣ ଖାଦ୍ୟ ଖାଇବେ, ତ ଏହି ବ୍ୟାକ୍ଟେରିଆ ଖାଦ୍ୟ ସହିତ ଆପଣଙ୍କ ଶରୀର ଭିତରକୁ ପ୍ରବେଶ କରିବେ, ଯଦ୍ଦ୍ଵାରା ଆପଣ ବିଭିନ୍ନ ରୋଗରେ ପଡ଼ିପାରନ୍ତି।

Spread the love