ସଙ୍ଗୀତ ଜଗତ ପାଇଁ ଏକ ଅପୁରଣୀୟ କ୍ଷତି : ସମୀର ମହାନ୍ତି

ଭୁବନେଶ୍ୱର: ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେଶକରଙ୍କ ବିୟୋଗରେ ରାଜ୍ୟ ସଭାପତି  ସମୀର ମହାନ୍ତି ଗଭୀର ଶୋକବ୍ୟକ୍ତ କରିବା ସହ ରାଜ୍ୟ କାର୍ଯ୍ୟାଳରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମରେ ତାଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏହି ଅବସରରେ କେନ୍ଦ୍ର ରେଳ ଏବଂ ସୁଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ସଂଗୀତ ଦୁନିଆକୁ ଲତା ଦିଦିଙ୍କ ଅବଦାନ ଚିର ସ୍ମରଣୀୟ । ଲତା ଦିଦି ଆମ ହୃଦୟରେ ଯୁଗେ ଯୁଗେ ରହିବେ । ତାଙ୍କ ବିୟୋଗକୁ ଶଦ୍ଦରେ ବର୍ଣ୍ଣନା କରିହେବ ନାହିଁ । ସଂଗୀତ ଜଗତ ପାଇଁ ଏକ ଅପୁରଣୀୟ କ୍ଷତି । ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ସ୍ୱର୍ଗତଃ ଲତା ମଙ୍ଗେଶକରଙ୍କ ପରଲୋକଗତ ଆତ୍ମାର ସଦ୍‌ଗତି କାମନା କରିବା ସହିତ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ରାଜ୍ୟ ବିଜେପି ତରଫରୁ ମହାନ୍ତି ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ସମବେଦନା ଜ୍ଞାପନ କରିଛନ୍ତି। ଏହି ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମରେ ପାର୍ଟିର ବହୁ କାର୍ଯ୍ୟକର୍ତା ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

Spread the love