୩୧ଦିନ ପରେ ପ୍ରାଣୀ ଚିକିତ୍ସକଙ୍କ ଅନ୍ଦୋଳନ ସ୍ଥଗିତ

ଏବେ ଟିକେ ଆଶ୍ୱସ୍ତ ହୋଇପାରିବେ ପୋଷା ଜୀବ ପାଳିଥିବା ବ୍ୟକ୍ତି । ୩୧ ଦିନ ପରେ ଆନ୍ଦୋଳନକୁ ସ୍ଥଗିତ ରଖିଲେ ପ୍ରାଣୀ ଚିକିତ୍ସକ । ଏନେଇ ରାଜ୍ୟ ପ୍ରାଣୀ ଚିକିତ୍ସକ ସଂଘ ଘୋଷଣା କରିଛି । ଗତ ୧୮ ତାରିଖରୁ  ସାରା ରାଜ୍ୟରେ ପ୍ରାଣୀ ଚିକିତ୍ସକମାନେ ଆନ୍ଦୋଳନ କରିଆସୁଥିଲେ । ସାରା ରାଜ୍ୟର ୧୩ ଶହ ପ୍ରାଣୀ ଚିକିତ୍ସକ ସମୂହ ଛୁଟିରେ ରହିଥିଲେ । ଫଳରେ ପଶୁମାନଙ୍କ ଚିକିତ୍ସା ଏକ ପ୍ରକାର ବନ୍ଦ ହୋଇଯାଇଥିଲା । ଫଳରେ ରୋଗଗ୍ରସ୍ଥ ପଶୁ ହନ୍ତସନ୍ତ ହେବା ସହ ପଶୁପାଳକମାନେ ମଧ୍ୟ ହଇରାଣ ହେଉଥିଲେ । ହେଲେ ଏବେ ଆନ୍ଦୋଳନ ସ୍ଥଗିତ ରହିବା ପରେ ସେମାନଙ୍କୁ କିଛିଟା ଆଶ୍ୱସ୍ତି ମିଳିଛି । ବିଭିନ୍ନ ଦାବି ନେଇ ପ୍ରାଣୀ ଚିକିତ୍ସକମାନେ ଆନ୍ଦୋଳନ କରିଆସୁଥିଲେ । ପ୍ରାଣୀ ବିଭାଗର ପୂର୍ଣ୍ଣାଙ୍ଗ ରୂପାନ୍ତରଣ, କ୍ୟାଡରର ପୁନର୍ଗଠନ ଏବଂ କେନ୍ଦ୍ର ସରକାରୀ ସେବା ଅଧୀନରେ ପ୍ରାଣୀ ଚିକିତ୍ସକଙ୍କ କ୍ଷେତ୍ରରେ ଡିଏସିପି ଦୃଷ୍ଟିରୁ ସମାନତା ଆଣିବାକୁ ଦାବି କରିଆସୁଛନ୍ତି । ଏହାସହ ଅଣ-ପ୍ରାକ୍ଟିସିଂ ଭତା ପ୍ରଦାନ ପାଇଁ ମଧ୍ୟ ଆନ୍ଦୋଳନକାରୀ ଦାବି କରିଆସୁଛନ୍ତି । ତେବେ ଦାବି ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କ ସହ ଓଡ଼ିଶା ପ୍ରାଣୀ ଚିକିତ୍ସକ ସଂଘ ଆଲୋଚନା କରିିଛି । ଦାବି ପୂରଣ ପାଇଁ ସରକାର ପ୍ରତିଶ୍ରୁତି ଦେଇଥିବା ସଂଘ ପକ୍ଷରୁ କୁହାଯାଇଛି ।

Spread the love