ଅଗଷ୍ଟ ୬ରେ ଉପରାଷ୍ଠ୍ରପତି ନିର୍ବାଚନ

ନୂଆଦିଲ୍ଲୀ  : ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅଗଷ୍ଟ ୬ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ହେବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ମିଳିଛି। ଏଥିପାଇଁ ଜୁଲାଇ ୫ରେ ବିଜ୍ଞପ୍ତି ପ୍ରକାଶ ପାଇବ। ଅଗଷ୍ଟ ୬ରେ ଭୋଟ ଗ୍ରହଣ ସହ ଗଣତି ହେବ। ସେହିଦିନ ରେଜଲ୍ଟ ମଧ୍ୟ ପ୍ରକାଶ ପାଇବ। ଉପରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ହେଉଛି ଜୁଲାଇ ୧୯ ବୋଲି କମିଶନ ପକ୍ଷରୁ କୁହାଯାଇଛି।ସୂଚନାଯୋଗ୍ୟ, ବର୍ତ୍ତମାନ ଦେଶର ଉପରାଷ୍ଟ୍ରପତି ଭାବେ କାର୍ଯ୍ୟ କରୁଥିବା ଭେଙ୍କେୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ମାସରେ ଶେଷ ହେବ। ତେଣୁ ସେ ଅବସର ନେବା ପୂର୍ବରୁ ହିଁ ନୂଆ ଉପ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।

Spread the love