ଅଭିନୟ ଦେଖି ଭୁରିଭୁରି ପ୍ରଶଂସା କରିଥିବା ତେନ୍ଦୁଲକରଙ୍କ ସହ ଫଟୋ ସେୟାର କରି ଭିକ୍କି ଦେଲେ ଏଭଳି ପ୍ରତିକ୍ରିୟା…

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଭିକ୍କି କୌଶଲ ତାଙ୍କର ସିନେମା ‘ଶ୍ୟାମ ବାହାଦୁର’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଏହି ସିନେମା ଡିସେମ୍ବର ୧ ତାରିଖରେ ପ୍ରେକ୍ଷାଳୟରେ ରିଲିଜ ହୋଇଯାଇଛି। ସିନେମା ଦେଖି ଫେରୁଥିବା ଦର୍ଶକ ଭିକ୍କିଙ୍କ ଅଭିନୟ ଦେଖି ବେଶ ଖୁସି ହୋଇଯାଇଛନ୍ତି। କାଳ୍ପନିକ ଚରିତ୍ର ନୁହେଁ, ବରଂ ବାସ୍ତବ ଜୀବନର ବ୍ୟକ୍ତିଙ୍କ ଚରିତ୍ରରେ ଅଭିନୟ କରିବା ଯେକୌଣସି ଅଭିନେତାଙ୍କ ପାଇଁ ଏକ ଅଗ୍ନି ପରୀକ୍ଷା ହୋଇଥାଏ। ଆଉ ଯଦି ବ୍ୟକ୍ତି ଜଣକ କେବଳ ଜଣେ ସାଧାରଣ ମଣିଷ ନ ହୋଇ ଜଣେ ଉଚ୍ଚ ପୁରସ୍କାରପ୍ରାପ୍ତ, ସମ୍ମାନିତ ଏବଂ ଜଣାଶୁଣା ବ୍ୟକ୍ତିତ୍ୱ ହୋଇଥାନ୍ତି, ତେବେ ଚ୍ୟାଲେଞ୍ଜ ଆହୁରି ବଡ ହୋଇଯାଏ। ଭାରତୀୟ ସେନାର ଅନ୍ୟତମ ଶ୍ରେଷ୍ଠ ଅଫିସର ଶ୍ୟାଆମ୍ ମାନେକଶା ଭୂମିକାରେ ଅଭିନୟ କରିବା କିଛି ଛୋଟିଆ କଥା ନୁହେଁ। କିନ୍ତୁ ଏହାକୁ ଭିକ୍କି ‘ଶ୍ୟାମ ବାହାଦୁର’ ସିନେମାରେ କରି ଦେଖାଇଦେଇଛନ୍ତି।

ଏହି କ୍ରମରେ କ୍ରିକେଟର ସଚିନ ତେନ୍ଦୁଲକର ତାଙ୍କ ଧର୍ମପତ୍ନୀ ଅଞ୍ଜଳିଙ୍କ ସହିତ ଗତଶନିବାର ରାତିରେ ଭିକ୍କି କୌଶଳଙ୍କ ସିନେମା ‘ଶ୍ୟାମ ବାହାଦୁର’ ଦେଖିବା ପାଇଁ ପ୍ରେକ୍ଷାଳୟରେ ପହଞ୍ଚିଥିଲେ।

ସିନେମା ଦେଖି ଫେରିବା ପରେ ସଚିନ ଭିକ୍କିଙ୍କ ସହ ଫଟୋ ଉଠାଇଥିଲେ ଆଉ ସିନେମାର ଭୁରିଭୁରି ପ୍ରଶଂସା କରି କହିଥିଲେ, ‘ମୁଁ ଭିକ୍କିଙ୍କ ଅଭିନୟରେ ବେଶ ପ୍ରଭାବିତ। ସିନେମା ଦେଖି ମନ ଖୁସି ହୋଇଗଲା। ମୁଁ କହିବି ଏହି ସିନେମା ସମସ୍ତେ ଦେଖନ୍ତୁ। ଯୁବପିଢ଼ିଙ୍କୁ ଆମ ଦେଶ ବିଷୟରେ ଜାଣିବା ନିହାତି ଆବଶ୍ୟକ।’

ଏହି ଫଟୋକୁ ଭିକ୍କି ସେୟାର କରି ଲେଖିଛନ୍ତି, ‘ମୋର ପିଲାଦିନର ହିରୋ ଆଜି ମୋ ସିନେମା ଦେଖିଛନ୍ତି। ମୁଁ ଠିକ ଅଛି। ଆପଣ ସିନେମାରେ ମୋ ଅଭିନୟ ଦେଖି କରିଥିବା ପ୍ରଶଂସା ସବୁଦିନ ପାଇଁ ମନେ ରହିବ।’

Spread the love