ସଫଳ ବୈବାହିକ ଜୀବନ ପାଇଁ ଏହି ଗୋଟିଏ ଜିନିଷ ସବୁବେ‌ଳେ କାମରେ ଆସେ; ଭିକିଙ୍କ ଟିପ୍ସ

ମୁମ୍ବାଇ: ବଲିଉଡ ଅଭିନେତା ଭିକି କୌଶଲ ବର୍ତ୍ତମାନ ତାଙ୍କ ଚଳଚ୍ଚିତ୍ର ‘ଜରା ହଟକେ ଜରା ବଚକେ’ର ସଫଳତାକୁ ଉପଭୋଗ କରୁଛନ୍ତି। ଫିଲ୍ମର ପ୍ରମୋସନ ସମୟରେ ଭିକି ତାଙ୍କ ପତ୍ନୀ ତଥା ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ନାମ ଅନେକ ଥର ଉଲ୍ଲେଖ କରିଥିବା ଦେଖାଯାଇଥିଲା ଏବଂ ତାଙ୍କ ବିବାହିତ ଜୀବନର ଅନେକ ରହସ୍ୟ ମଧ୍ୟ ଖୋଲିଥିଲେ ଭିକି। ନିକଟରେ ଫିଲ୍ମର ପ୍ରମୋସନ ସମୟରେ ଭିକି ବୈବାହିକ ଜୀବନ କିଭଳି ସଫଳ ହେବ, ସେନେଇ ଟିପ୍ସ ଦେଇଥିଲେ।

ଭିକି-କଟ୍ରିନା କିଛି ଦିନ ପରସ୍ପରକୁ ଡେଟ କରିବା ପରେ ଡିସେମ୍ବର ୨୦୨୧ରେ ବିବାହ କରିଥିଲେ। ଏକ ସାକ୍ଷାତକାର ସମୟରେ ଭିକିଙ୍କୁ ଖୁସିମୟ ବୈବାହିକ ଜୀବନ ପାଇଁ ଟିପ୍ସ ଦେବାକୁ କୁହାଯାଇଥିଲା। ଏହା ଉପରେ ପ୍ରତିକ୍ରିୟା ରଖି ସେ କହିଥିଲେ, ବିବାହରେ ଧୈର୍ଯ୍ୟର ବହୁତ ଆବଶ୍ୟକତା ରହିଛି। ଦୁଇ ଜଣ ସମାନ କଥା ଉପରେ ସହମତ ହେବା ଏତେ ସହଜ ନୁହେଁ। ଏହି ସମୟରେ  ଧୈର୍ଯ୍ୟ କାମରେ ଆସେ। ମୋର ଦେଢ଼ ବର୍ଷର ଦାମ୍ପତ୍ୟ ଜୀବନରେ, ମୁଁ ବୁଝିସାରିଛି ଯେ ବିବାହକୁ ସଠିକ୍ ଭାବରେ ଚଳାଇବା ପାଇଁ ଧୈର୍ଯ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମୁଁ ମୋ ପତ୍ନୀ, ପରିବାରକୁ ଭଲ ପାଏ। ମୁଁ ମୋ ଜୀବନକୁ ଭଲ ପାଏ। କିନ୍ତୁ, ଅନ୍ୟ ସମସ୍ତଙ୍କ ପରି ମୋ ମଧ୍ୟରେ ବି ତ୍ରୁଟି ଅଛି।

ତେବେ ଚଳଚ୍ଚିତ୍ର ‘ଜରା ହଟକେ ଜରା ବଚକେ’ର ସଫଳ ହେବା ପରେ ଏବେ ଭିକି ପତ୍ନୀ କଟ୍ରିନାଙ୍କ ସହ ନ୍ୟୁୟର୍କରେ ଛୁଟି କଟାଉଥିବା ଜଣାପଡ଼ିଛି।

Spread the love