ଲଣ୍ଡନ ସଡକ ଉପରେ ଖେଳିଗଲା ଆତଙ୍କ, ଖଣ୍ଡା ଧରି ଲୋକଙ୍କୁ ଆକ୍ରମଣ କଲା ଯୁବକ, ଦେଖନ୍ତୁ video

ନୂଆଦିଲ୍ଲୀ; ଲଣ୍ଡନର ଉତ୍ତରପୂର୍ବ ହେନଲ୍ଟ ସହରରେ ମେଟ୍ରୋପଲିଟାନ ପୋଲିସ ଏପରି ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଯିଏ କି ହାତରେ ଏକ ଖଣ୍ଡା ଧରି ବହୁ ଲୋକଙ୍କୁ ଆକ୍ରମଣ କରି ଆହତ କରିଛି । ପୋଲିସ କହିଛି ଏହି ମାମଲାରେ ୩୬ ବର୍ଷୀୟ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି ।

ତେବେ ଏହି ଘଟଣା କୌଣସି ଆତଙ୍କବାଦୀ କାର୍ଯ୍ୟକଳାପ ସହ ଜଡିତ ନୁହେଁ ବୋଲି ପୋଲିସ ଅନୁମାନ କରୁଛି । ଏହି ଘଟଣାରେ ଏକାଧିକ ସାଧାରଣ ଜନତା ଆହତ ହେବା ସହ ୨ ଜଣ ପୋଲିସ ଅଫିସର ବି ଆହତ ହୋଇଛନ୍ତି। ସୋସିଆଲ ମିଡିଆରେ ଏହାର ଚିତ୍ର ଏବେ ଭାଇରାଲ୍ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳୁଛି ଯେ, ଜଣେ ଯୁବକ ହାତରେ ଖଣ୍ଡା ଧରି ରାସ୍ତାରେ ବୁଲୁଛି । ବ୍ରିଟେନର ଗୃହ ମନ୍ତ୍ରୀ ଜେମ୍ସ କ୍ଲେଭରଲୀ କହିଛନ୍ତି ଆଜି ସକାଳେ ବ୍ରିଟେନର ହେନଲ୍ଟ ଅଞ୍ଚଳରେ ଘଟିଥିବା ଘଟଣା ଉପରେ ଆମେ ତୀକ୍ଷ୍ଣ ନଜର ରଖିିଛୁ ।

Spread the love