ମୁହଁ ଖୋଲିଲେ ବିଦ୍ୟାଭାରତୀଙ୍କ ସାଙ୍ଗ ଅକ୍ଷୟ

(ସତ୍ୟଦ୍ରଷ୍ଟା): ପାରଳାଖେମୁଣ୍ଡି ଏସିଏଫଓ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାର ରହସ୍ୟ ଏବେ ସୁଦ୍ଧା ଉନ୍ମୋଚିତ ହୋଇପାରିନଥିବା ବେଳେ ଦିନ ଯେତିକି ବିତୁଛି ଘଟଣାରେ ଦିନକୁ ଦିନ ନୂଆ ଚରିତ୍ର ଯୋଡି ହେବା ସହ ବଦଳିଯାଉଛି ଘଟଣାର ରୂପ ରେଖ । ଏଭଳି ସ୍ଥଳେ ଗତ କିଛି ଦିନ ଧରି ଉଭୟ ସୌମ୍ୟ ଓ ବିଦ୍ୟାଭାରତୀଙ୍କ ଗୋଟିଏ ପରେ ଗୋଟିଏ ହାତ ଲେଖା ଚିଠି ଉଦ୍ଧାର ହୋଇ ଘଟଣାକୁ ଏକ ନୂଆ ଦିଗକୁ ନେଇଯାଉଛି । ମିଳିଥିବା ବିଦ୍ୟାଭାରତୀଙ୍କ ହାତଲେଖା ଚିଠିରେ ଅକ୍ଷୟ ନାମକ ଏକ ଅଜଣା ବ୍ୟକ୍ତିଙ୍କ ନାଁ ସାମ୍ନାକୁ ଆସିଥିଲା । ତେବେ କିଏ ସେହି ଅକ୍ଷୟ ଓ ବିଦ୍ୟାଭାରତୀଙ୍କ ସହ ତାଙ୍କର କି ସମ୍ପର୍କ ରହିଛି ତାକୁ ନେଇ ସମସ୍ତେ ଦ୍ଵନ୍ଦ୍ବ ଭିତରେ ଥିବାବେଳେ ପୋଲିସ ତନାଘନା ଜାରି ରଖିଛି ।
ନବରଙ୍ଗପୁରରୁ ବିଦ୍ୟାଭାରତୀଙ୍କ ଏଲଆଇ କଲେଜ ସାଙ୍ଗ ଅକ୍ଷୟ ସାମ୍ନାକୁ ଆସିଛନ୍ତି । ବଲାଙ୍ଗୀରରେ ବିଦ୍ୟାଭାରତୀଙ୍କ ସହିତ ଏଲଆଇ ପାଠ ପଢୁଥିଲେ ଅକ୍ଷୟ । ଏହି ସମୟ ମଧ୍ୟରେ କେବଳ ଗୋଟିଏ ସାଙ୍ଗ ଭଳି ଉଭୟେ ମିଶିଥିଲେ । କଲେଜ ପାଠ ସରିବା ପରେ ସେମାନେ ଆଉ ପରସ୍ପର ସହିତ ଦେଖା ସାକ୍ଷାତ କରିନଥିବା କିମ୍ବା କୌଣସି ପ୍ରକାର ସମ୍ପର୍କରେ ନ ଥିବା ପ୍ରକାଶ କରିଛନ୍ତି ଅକ୍ଷୟ ।
ବିଦ୍ୟାଭାରତୀଙ୍କ ସ୍ବାମୀ ସୌମ୍ୟରଞ୍ଜନଙ୍କ ମୃତ୍ୟୁର ଖବର ସେ ଟେଲିଭିଜନ ମାଧ୍ୟମରେ ଜାଣିବାକୁ ପାଇଥିଲେ । ଯେଉଁ ଚିଠିରେ ଅକ୍ଷୟଙ୍କ ନା ଆସୁଛି ଯେହେତୁ ବିଦ୍ୟାଭାରତୀଙ୍କ ସହିତ କୌଣସି ସମ୍ପର୍କ ନ ଥିବାରୁ ସେ ସେହି ଅକ୍ଷୟ ହୋଇନଥିବା ପ୍ରକାଶ କରିଛନ୍ତି । କଲେଜର ଶେଷ ପରୀକ୍ଷା ସମୟରେ କରୋନା ପାଇଁ କଟକଣା ଜାରି ହୋଇଥିଲା ଏହି ସମୟରେ କଲେଜରେ ସମସ୍ତେ କାହା ସହିତ କୌଣସି ପ୍ରକାର ସମ୍ପର୍କରେ ନ ଥିବା ସହ ବିଦ୍ୟାଭାରତୀ ନିଜ ବିବାହ ହୋଇଥିବା ଖୁସିରେ ସେଦିନ ହଷ୍ଟେଲ ମେସରେ ଯେଉଁ ଖାଦ୍ୟ ଦିଆଯାଏ ସେଦିନର ମେସର ଖାଦ୍ୟର ଟଙ୍କା ଦେଇଥିଲେ । ହଷ୍ଟେଲ ମେସ ନିୟମ ଭଳି ସମସ୍ତେ ନିଜ ନିଜ ରୁମକୁ ନେଇ ସେହି ଖାଦ୍ୟ ସମସ୍ତେ ଖାଇଥିଲେ ବୋଲି ଅକ୍ଷୟ କହିଛନ୍ତି । କୋଭିଡ୍ କଟକଣା ହେତୁ କଲେଜରେ କୌଣସି ବ୍ୟାଚେଲର ପାର୍ଟି ହୋଇନଥିବା ପ୍ରକାଶ କରିଛନ୍ତି ଅକ୍ଷୟ । ଘଟଣା ବାବଦରେ ପୋଲିସ ଯାହାବି ତଦନ୍ତ କରିବ ତାହାକୁ ନେଇ ସେ ସହଯୋଗ କରିବେ ବୋଲି କହିଛନ୍ତି

Spread the love