ପ୍ରଦୀପଙ୍କ ବିରୋଧରେ ତଦନ୍ତ କରିପାରିବନି ଭିଜିଲାନ୍ସ

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ହୋଇଥିବା ମାମଲାର ତଦନ୍ତ ଭିଜିଲାନ୍ସ କରିପାରିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ପ୍ରଦୀପ ପାଣିଗ୍ରାହୀଙ୍କ ମାମଲାର ଆବେଦନକାରୀ ଜଣଙ୍କ ଭିଜିଲାନ୍ସର ଡିଏସ‌ପି। ତେଣୁ ଏହାର ତଦନ୍ତ ଭିଜିଲାନ୍ସ କରିପାରିବନି ବୋଲି ହାଇକୋର୍ଟ ସ୍ପଷ୍ଟ କହିଛନ୍ତି।
ଆବେଦନକାରୀ ଜଣଙ୍କ ଭିଜିଲାନ୍ସ ତଦନ୍ତ ପାଇଁ ଆବେଦନ କରିଥିଲେ। ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ପ୍ରଦୀପ ପାଣିଗ୍ରାହୀ। ଆଜି ହାଇକୋର୍ଟର ଏକ ବେଞ୍ଚ ଏହି ମାମଲାର ଶୁଣାଣି କରି ଭିଜିଲାନ୍ସ ତଦନ୍ତ କରିପାରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।
ଏଥିସହ ହାଇକୋର୍ଟ କହିଛନ୍ତି, ଆବେଦନକାରୀ ଭିଜିଲାନ୍ସକୁ ତଦନ୍ତ ନିର୍ଦ୍ଦେଶ ଦେବା ଆଇନର ପରିପନ୍ଥୀ। ଭିଜିଲାନ୍ସକୁ ତଦନ୍ତ ନିର୍ଦ୍ଦେଶ ସମ୍ପୂର୍ଣ୍ଣ ବେଆଇନ କହି ଏହାକୁ ରଦ୍ଦ କରିଛନ୍ତି ହାଇକୋର୍ଟ। ତେଣୁ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶକୁ ଖାରଜ କରାଯାଇଛି।

Spread the love