ଭିଜିଲାନ୍ସ ଜାଲରେ ଫରେଷ୍ଟର

ବଲାଙ୍ଗିର : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ସିନ୍ଧିକେଲା ଫରେଷ୍ଟ ବିଟ୍‌ର ଫରେଷ୍ଟର ହରିହର ସ୍ୱାଇଁ ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି ।

ଖବର ଅନୁଯାୟୀ, ଜଙ୍ଗଲ ବିଭାଗ ଅଧିନରେ କାମ କରୁଥିବା ଜଣେ ଶ୍ରମିକଙ୍କ ଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ ଟିମ୍‌ । ତେବେ ଶ୍ରମିକଙ୍କ ଠାରୁ କେବଳ ଲକ୍ଷେ ଟଙ୍କା ନା ଆଉ କେତେ ଟଙ୍କା ନେଇଛନ୍ତି, କି ଆଗକୁ ନେବାର ଥିଲା , ସେନେଇ ତନାଘନା କରୁଛି ଭିଜିଲାନ୍ସ ଟିମ୍‌ । ଘଟଣାର  ପୁରା ତଦନ୍ତ ପରେ ହିଁ ପ୍ରକୃତ କଥା ସାମ୍ନାକୁ ଆସିବ ବୋଲି ଭିଜିଲାନ୍ସ ଟିମ୍‌ କହିଛି ।

Spread the love