ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବ୍ରହ୍ମପୁର:  ଭୁବନଶ୍ୱର ସ୍ଥିତ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମୁଖ୍ୟାଳୟରେ ଯୋଗାଣ ଅଧିକାରୀ ଭାବେ କାର୍ଯ୍ୟରତ ଥିବା ଅନାଦୀ ଚରଣ ସେଠୀଙ୍କ ଘରେ ଆଜି ସକାଳୁ ଭିଜିଲାନ୍ସ ଚଢ଼ଉ କରୁଛି । ଚଢ଼ାଉରେ ନିୟୋଜିତ ଅଛନ୍ତି ବ୍ରହ୍ମପୁର ଭିଜିଲାନ୍ସର ୪ଜଣ ଡିଏସପି ଓ ୮ ଜଣ ଇନ୍ସପେକ୍ଟର । ସୂଚନା ଅନୁଯାୟୀ ଆଜି ସକାଳୁ ଅନଦୀଙ୍କ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ହୋଟେଲ, ଛତ୍ରପୁର ରାମନଗର ସ୍ଥିତ ଘର ଓ ମାର୍କେଟ କମ୍ପ୍ଲକ୍ସ, ବାଲେଶ୍ଵର ସ୍ଥିତ ତାଙ୍କ ଝିଅଙ୍କ ବାସଭବନ, ବ୍ରହ୍ମପୁର ସ୍ଥିତ କୋଠାରେ ଚଢ଼ଉ କରାଯାଉଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ପରେ ବ୍ରହ୍ମପୁର ଭିଜିଲାନ୍ସ ଅଦାଲତ ଚଢ଼ଉ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶ ଆଧାରରେ ଆଜି ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି । ପୂର୍ବରୁ  ଅନାଦୀ ଚରଣ ଗଜପତି ଜିଲ୍ଲାର ପୂର୍ବତନ ଜିଲ୍ଲା ଯୋଗାଣ ଅଧିକାରୀ ଭାବେ ମଧ୍ୟ କାର୍ଯ୍ୟ ତୁଲାଇଥିଲେ ।

Spread the love