କ୍ରୀଡା ଶିକ୍ଷକଙ୍କ ଘରେ ଭିଜିଲାନ୍ସ ରେଡ୍‌, ଜବତ ହେଲା କେଜି କେଜି ସୁନା ଓ ଟଙ୍କା

 କ୍ରୀଡା ଶିକ୍ଷକଙ୍କ ଘରେ ଭିଜିଲାନ୍ସ ରେଡ୍‌। ଜବତ ହେଲା କେଜି କେଜି ସୁନା ଓ ଟଙ୍କା। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଭିଜିଲାନ୍ସର ଚଢାଉ। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକର ଜୟନ୍ତପୁର ଦିବ୍ୟସିଂହ ବିଦ୍ୟାପୀଠ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଜନାର୍ଦ୍ଦନ ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ କରୁଛି। ବ୍ରହ୍ମପୁର ଅନନ୍ତନଗର ସ୍ଥିତ ବାସଭବନ ସହ ୧୧ଟି ସ୍ଥାନରେ ଏକକାଳୀନ ରେଡ୍‌ ଚାଲିଛି। ଜୟନ୍ତପୁରରେ ଥିବା ପେଟ୍ରୋଲ ପମ୍ପ, ଗ୍ୟାସ ଗୋଦାମ, ମଦ ଭାଟି ସହ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ବ୍ରହ୍ମପୁର ଭିଜିଲାନ୍‌ସ ବିଭାଗ।

Spread the love