ମୁଁ ବିବାହ କରି ବାପା ହେବାକୁ ଚାହେଁ; ରଶ୍ମିକାଙ୍କ ସହ ପ୍ରେମ ସମ୍ପର୍କ ଥିବା ଚର୍ଚ୍ଚା ମଧ୍ୟରେ ମନ କଥା କହିଲେ ବିଜୟ

ନୂଆଦିଲ୍ଲୀ: ସାଉଥ ଫିଲ୍ମରୁ ବଲିଉଡ ପର୍ଯ୍ୟନ୍ତ ନିଜର ଅଭିନୟର ଦକ୍ଷତା ଦେଖାଇ ସାରିଥିବା କଳାକାର ରଶ୍ମିକା ମନ୍ଦନା ଓ ବିଜୟ ଦେବରକୋଣ୍ଡା ଏବେ ନିଜ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଦୁହିଁଙ୍କ ଅଭିନୟ ଲୋକଙ୍କ ମନ କିଣିଥିବା ବେଳେ ଏବେ ନିଜ ନିଜ କ୍ୟାରିୟରରେ ଆଗେଇ ଚାଲିଛନ୍ତି ଏହି ଦୁଇ କଳାକାର।  ସବୁବେଳେ ନିଜର ପେସାଦାର ଜୀବନକୁ ନେଇ ଚର୍ଚ୍ଚାରେ ରହୁଥିବା ରଶ୍ମିକା ଓ ବିଜୟ କିଛି ଦିନ ହେବ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। କୁହାଯାଉଛି ଯେ, ଦୁହେଁ ପରସ୍ପରକୁ ଡେଟ୍ କରୁଛନ୍ତି ଏବଂ ଖୁବଶୀଘ୍ର ବିବାହ କରିବେ।

ଏ‌ବେ ଏହା ଉପରେ ପ୍ରତିକ୍ରିୟା ରଖି ବିଜୟ କହିଛନ୍ତି ଯେ, “ମୁଁ ବିବାହ କରିବାକୁ ଚାହେଁ ଏବଂ ବାପା ହେବାକୁ ଚାହ‌େଁ। ଯେବେ ବି ବିବାହ କରିବି ତାହା ପ୍ରେମ ବିବାହ ହେବ ଏବଂ ମୋ ପରିବାର ଲୋକଙ୍କ ପସନ୍ଦରେ ହିଁ ହେବ। ଏବେ ମୋର କେବଳ ମୋ ପରିବାର ସହିତ ପ୍ରେମ ସମ୍ପର୍କ ରହିଛି।”

ଏହା ପୂର୍ବରୁ ମଧ୍ୟ ରଶ୍ମିକାଙ୍କ ସହ ପ୍ରେମ ସମ୍ପର୍କ ଥିବା ଅସ୍ବୀକାର କରିଛନ୍ତି ବିଜୟ। ହେଲେ ଦୁହେଁ ପରସ୍ପର ସହ ସମୟ କଟାଉଥିବା ଅନେକ ଥର ଦେଖିବାକୁ ମିଳିଛି। ବର୍ଷ ଆରମ୍ଭରୁ ଦୁହେଁ ନିର୍ବନ୍ଧ କରିବେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ଏକ ସାକ୍ଷାତକାରରେ ବିଜୟ କହିଥିଲେ, “ମୁଁ ଫେବ୍ରୁଆରିରେ ନିର୍ବନ୍ଧ କିମ୍ବା ବିବାହ କରୁନାହିଁ। ଲାଗୁଛି ଯେମିତି ଗଣମାଧ୍ୟମ ପ୍ରତି ଦୁଇ ବର୍ଷରେ ମୋର ବିବାହ କରାଇବାକୁ ଚାହୁଁଛି। ମୁଁ ପ୍ରତିବର୍ଷ ଏହି ଗୁଜବ ଶୁଣୁଛି। ସେମାନେ ମୁଁ କେବେ ବିବାହ କରିବି ତାକୁ  ଅପେକ୍ଷା କରି ରହିଛନ୍ତି।”

Spread the love