ହାତ ଧରିବେ ବିଜୟ ….!

ବରିଷ୍ଠ ରାଜନେତା ବିଜୟ ମହାପାତ୍ର ଶେଷରେ କଂଗ୍ରେସରେ ସାମିଲ ହେବେ । ମାର୍ଚ୍ଚ ୫ ତାରିଖ ଦିନ ସେ ବିଧିବଦ୍ଧ ଭାବରେ ହାତ ଧରିବେ । ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ ବିଜେପୁରରୁ ବିଦା ହେଲାପରେ ବିଜୟ ବିଜେଡିରେ ସାମିଲ ହେବେ ବୋଲି ବେଶ କିଛିଦିନ ଧରି ଚର୍ଚା ହେଲା ।

ବିଜୟ ମଧ୍ୟ ବିଜେପି ଛାଡିବାର ୧୫ ଦିନ ଭିତରେ ସେ ଦିଲ୍ଲୀପ ରାୟଙ୍କ ସହ ମିଶି ରାଜନୈତିକ ନିଷ୍ପତି ନେବେ ବୋଲି ଘୋଷଣା କରିଥିଲେ । ହେଲେ ବିଜେପି ଛାଡିବାର ୨ ମାସ ପରେ ମଧ୍ୟ ବିଜୟ ନିଜ ରାଜନୈତିକ ଭବିଷ୍ୟତ କାର୍ଡ ଖୋଲି ନଥିଲେ । ୨୦୧୯ ସାଧାରଣ ନିର୍ବାଚନ ପାଖେଇ ଆସୁଛି । ତେଣୁ ବିଜୟ ମହାପାତ୍ର କଂଗ୍ରେସକୁ ଯିବାକୁ ମନସ୍ତ କରିଛନ୍ତି I କାରଣ ଚର୍ଚା ହେଉଛି ବିଜେଡି-ବିଜେପି ମଧ୍ୟରେ ବୁଝାମଣା ହେବ ।

ତେଣୁ କଂଗ୍ରେସରେ ମିଶି ନିର୍ବାଚନ ଲଢ଼ିବା ପାଇଁ ବିଜୟ ମନସ୍ତ କରିସାରିଥିବା ଜଣା ପଡିଛି । ତେବେ ବିଜୟଙ୍କ ଅତି ଘନିଷ୍ଠ ଓ ଅଣକଂଗ୍ରେସ ରାଜନୀତିରେ ନିଜ କ୍ୟାରିଅର ଆରମ୍ଭ କରିଥିବା ବିଜୟ ମହାପାତ୍ର କିପରି କଂଗ୍ରେସରେ ନିଜର ଦବଦବା ଜାହିର କରୁଛନ୍ତି ତାହା ଦେଖିବାର କଥା ।

Spread the love